ବିଶାଖାପାଟନମ: ଲରି ଏବଂ ଅଟୋ ଧକ୍କା, ୮ ସ୍କୁଲ ପିଲା ଆହତ

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ସହରର ଏକ ଛକରେ ଦ୍ରୁତଗାମିରେ ଆସୁଥିବା ଏକ ଅଟୋ ଏବଂ ଲରି(ଟ୍ରକ) ଧକ୍କା ହେବା ଫଳରେ ୮ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ୮ ଜଣ ପିଲାଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସହରର ଏକ ଛକରେ ଦ୍ରୁତଗାମିରେ ଆସୁଥିବା ଏକ ଅଟୋ ଏବଂ ଲରି(ଟ୍ରକ) ଧକ୍କା ହେବା ଫଳରେ ୮ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି । ଅଟୋରେ ଥିବା ସ୍କୁଲ ଛାତ୍ର ସ୍କୁଲ ଯିବା ସମୟରେ ଲରି ସହିତ ଧକ୍କା ହୋଇଥିଲା । ଏହାର ଭିଡିଓ ଭାଇରଲ ହେଉଛି ।

ଖବର ମୁତାବକ, ଦୁର୍ଘଟଣାରେ ଆହତ ହୋଇଥିବା ୮ ଜଣ ପିଲାଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଏବଂ ହେଲପର ଘଟଣା ସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଅଟୋ ଡ୍ରାଇଭର ଧରି ଦେଇଥିଲା । ଭିଡିଓ ଦେଖିଲେ ଆପଣ ଜାଣିପାରିବେ ।

ତେବେ ବିଶାଖାପାଟନମର ଡିସିପି ଶ୍ରୀନିବାସ କହିଛନ୍ତି, ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ରଙ୍କ ଚିକିତ୍ସା ହସପିଟାଲରେ ଚାଲିଛି । ୮ ଜଣ ପିଲାଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣାର ତଦନ୍ତ ଚାଲିଛି । ତେବେ ଅଟୋ ଭିତରେ କ୍ଷମତା ଠାରୁ ଅଧିକ ପିଲା ବସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.