ତାମିଲନାଡୁରେ ଭୟଙ୍କର ଦୁର୍ଘଟଣା: ସାବରିମାଳାରୁ ଫେରିବା ବେଳେ ୪୦ ଫୁଟ୍‌ ତଳକୁ ଖସିଲା କାର୍‌, ୮ ମୃତ

ତାମିଲନାଡୁ: ତାମିଲନାଡୁରେ ଭୟଙ୍କର ଦୁର୍ଘଟଣା । ସାବରିମାଳାରୁ ଫେରିବା ବେଳେ ୪୦ ଫୁଟ୍‌ ତଳକୁ ଖସିଲା କାର୍‌ । ଦୁର୍ଘଟମାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଗୁରୁତର ଆହତଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାମିଲନାଡ଼ୁ ସୀମାବର୍ତ୍ତୀ ଇଡୁକ୍କି ନିକଟରେ ଏହି ଦୁର୍ଘଟଣା ଘଟିଛି ।

ପାହାଡ଼ିଆ ରାସ୍ତା ହୋଇଥିବାରୁ ଡ୍ରାଇଭର ସନ୍ତୁଳନ ହରାଇଥିବାରୁ ଏପରି ଦୁର୍ଘଟଣା ହୋଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ସେପଟେ ସାବରିମାଳାକୁ ବର୍ତ୍ତମାନ ଭକ୍ତଙ୍କ ସୁଅ ଛୁଟିଛି । ଦିନକୁ ପାଖାପାଖି ୧ଲକ୍ଷ ଲୋକଙ୍କ ମସାଗମ ହେଉଥିବା ଜଣାପଡ଼ିଛି । ସେହି ଅନୁସାରେ ସଡ଼କ ସୁରକ୍ଷାକୁ ବିଶେଷ ଧ୍ୟାନ ଦେବା ଉଚିତ ବୋଲି ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.