Below header

ବରେଲି-ନୈନିତାଲ ହାଇୱେରେ ଭୟଙ୍କର ଦୁର୍ଘଟଣା: ଜଳିଗଲେ ୮ ଜଣ ବରଯାତ୍ରୀ

ଅତି ଦୁଃଖଦ ଘଟଣା । ସଡ଼କ ଦୁର୍ଘଟଣାରେ ଜଳିଗଲେ ୮ ଜଣ ବରଯାତ୍ରୀ । ଉତ୍ତର ପ୍ରଦେଶର ବରେଲି-ନୈନିତାଲ ହାଇୱେ ଉପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ବରଯାତ୍ରୀ ଥିବା କାରଟିର ଟାୟାର ଫାଟିଯିବାରୁ ଏହା ଭାରସାମ୍ୟ ହରାଇ ଏକ ଡମ୍ପର ଦେହରେ ପିଟି ହୋଇ ଯାଇଥିଲା ।

ଉତ୍ତରପ୍ରଦେଶ: ଅତି ଦୁଃଖଦ ଘଟଣା । ସଡ଼କ ଦୁର୍ଘଟଣାରେ ଜଳିଗଲେ ୮ ଜଣ ବରଯାତ୍ରୀ । ଉତ୍ତର ପ୍ରଦେଶର ବରେଲି-ନୈନିତାଲ ହାଇୱେ ଉପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ବରଯାତ୍ରୀ ଥିବା କାରଟିର ଟାୟାର ଫାଟିଯିବାରୁ ଏହା ଭାରସାମ୍ୟ ହରାଇ ଏକ ଡମ୍ପର ଦେହରେ ପିଟି ହୋଇ ଯାଇଥିଲା ।

ଫଳରେ କାରରେ ନିଆଁ ଲାଗି ଯାଇଥିଲା । କାରରେ ଥିବା ବରଯାତ୍ରୀମାନେ ବାହାରକୁ ବାହାରି ପାରିନଥିଲେ । ତାରି ଭିତରେ ଜଳି ଯାଇଥିଲେ । ଗତକାଲି ରାତି ଅଧରେ ଏହି ଦୁର୍ଘଟଣା ଘଟିଛି । ଦୁଇ ଗାଡ଼ି ଭିତରେ ଏତେ ଜୋରରେ ଧକ୍କା ହୋଇଥିଲା ଯେ ତାର ପ୍ରଚଣ୍ଡ ଶବ୍ଦରେ ଆଖପାଖ ଗାଁ ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା।

ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ । ତେବେ କାରରେ ଥିବା କାହାର ବି ଜୀବନ ବଞ୍ଚାଇ ପାରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.