Below header

ତାଲିବାନୀଙ୍କ ଠାରୁ ମୁକ୍ତ ହେଲେ ୮୭ ଭାରତୀୟ ନାଗରିକ, ବିମାନରୁ ଶୁଭିଲା ‘ଭାରତ ମାତା କି ଜୟ’

କେନ୍ୟୁଜ୍(ବ୍ୟୁରୋ):  ଭାରତରେ ପହଁଚିଲେ ୮୭ ଭାରତୀୟ ନାଗରିକ । ଭାରତୀୟ ବାୟୁସେନାର C130J ବିମାନରେ କାବୁଲରୁ ୮୭ ଜଣ ଭାରତୀୟଙ୍କୁ ସ୍ଥାନାନ୍ତରିତ କରିଛି । ବାୟୁସେନାର ବିମାନ ତାଜିକିସ୍ତାନରେ ଭାରତୀୟଙ୍କୁ ଛାଡିବା ପରେ ସେମାନଙ୍କୁ ଏୟାର ଇଣ୍ଡିଆ ବିମାନ ଯୋଗ ବିଳମ୍ବିତ ରାତିରେ ଭାରତରେ ପହଁଚିଛନ୍ତି । କାବୁଲରୁ ବିମାନ ଛାଡିବା ପରେ ଭାରତୀୟଙ୍କ ଖୁସି କହିଲେ ନସରେ । କେବେ ବି ଆଶା କରୁନଥିଲେ ସେମାନେ ସ୍ୱଦେଶ ଫେରିବେ । ବିମାନ ଭିତରୁ ଏକ ଭିଡ଼ିଓ ଛାଡିଛନ୍ତି । ଯେଉଁଥିରେ ସ୍ପଷ୍ଟ ବାରି ହୋଇପଡୁଛି ସେମାନଙ୍କ ଖୁସି । ଭାରତ ମାତା କି ଜୟ ସ୍ଲୋଗାନରେ ଫାଟି ପଡ଼ିଥିଲା ବିମାନ । ବିଳମ୍ବିତ ରାତିରେ ସେମାନେ ଭାରତରେ ପହଁଚିଛନ୍ତି ।

ସେପଟେ ଗତକାଲି ଦେଢ଼ଶହ ଭାରତୀୟଙ୍କୁ କାବୁଲ ଏୟାରପୋର୍ଟ ନିକଟରେ ଘେରିଥିଲେ ତାଲିବାନୀ। ଭାରତରେ ସମସ୍ତଙ୍କ ହୃଦ୍‌ସ୍ପନ୍ଦନ ବଢାଇ ଦେଇଥିଲା। ଭାରତୀୟଙ୍କୁ ପଚରାଉଚାର କରିଥିଲେ। ଯାଞ୍ଚ କରିଥିଲେ ପାସ୍‌ପୋର୍ଟ ଓ ଅନ୍ୟ ଡକୁମେଣ୍ଟ। ଏହାପରେ ସେମାନଙ୍କୁ ଛାଡି ଦେଇଥିଲା ତାଲିବାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.