ଆଲିଆ ଭଟ୍ଟଙ୍କୁ କିସ୍‌ କଲେ ରଣବୀର କପୁର, ଭାଇରାଲ ହେଉଛି ଅନ୍‌ସିନ୍‌ ଫଟୋ

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଆଫେୟାର ଚର୍ଚ୍ଚା ଦୀର୍ଘ ଦିନ ଧରି ଚାଲିଛି। ବି-ଟାଉନ୍‌ରେ ଏହି ପ୍ରେମୀ ଯୁଗଳଙ୍କ ସମ୍ପର୍କ କାହାକୁ ବି ଅଛପା ନାହିଁ। ଉଭୟଙ୍କୁ ଫ୍ୟାନ୍‌ମାନେ ବି ବେଶ୍‌ ପସନ୍ଦ କରନ୍ତି। ଆଲିଆ ପ୍ରାୟତଃ ନିଜ ସୋସିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରିଥାନ୍ତି। ଯେଉଁଥିରେ ସେ ରଣବୀରଙ୍କ ସମ୍ପର୍କରେ ଇସାରା ଦେଇଥାନ୍ତି। ଏବେ ମଧ୍ୟ ରଣବୀର ଓ ଆଲିଆଙ୍କର ସେଭଳି ଏକ ଅନ୍‌ ସିନ୍‌ ଫଟୋ ସାମ୍ନାକୁ ଆସିଛି। ଫଟୋରେ ରଣବୀର ଆଲିଆଙ୍କୁ କିସ୍‌ କରୁଥିବା ନଜର ଆସିଛି।

 

View this post on Instagram

 

A post shared by Lakshmi Lehr (@lakshmilehr)

ଆଲିଆ ଭଟ୍ଟଙ୍କ ଷ୍ଟାଇଲିଷ୍ଟ ଲକ୍ଷ୍ମୀ ଲହର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଆଲିଆ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ମାତ୍ର ଲୋକଙ୍କ ନଜର ପଡ଼ିଛି ପଛରେ ଟଙ୍ଗା ହୋଇଥିବା ଫଟୋ ଉପରେ। ଆଲିଆଙ୍କ ପଛ ପଟେ ଥିବା ଫଟୋ ଫ୍ରେମ୍‌ରେ ତାଙ୍କ ସହ ରଣବୀର କପୁର ଥିବା ଦେଖିବାକୁ ମିଳିଛି। ରଣବୀର ଆଲିଆଙ୍କ ମୁଣ୍ଡକୁ କିସ୍‌ କରୁଥିବା ଦେଖାଯାଇଛି। ଉଭୟେ ସିଡ଼ିରେ ବସିଥିବା ନଜର ଆସିଛି।

କୁହାଯାଉଛି ଯେ ଏହି ଫଟୋ ରଣଥମ୍ବୌର ନ୍ୟାସନାଲ ପାର୍କ ଟ୍ରିପ୍‌ ବେଳର। ଚଳିତବର୍ଷ ଆରମ୍ଭରେ ରଣବୀର ଓ ଆଲିଆ ନୂଆବର୍ଷ ପାଳନ କରିବାକୁ ସେଠାକୁ ଯାଇଥିଲେ। ଏହି ଟ୍ରିପ୍‌ରେ ରଣବୀରଙ୍କ ମା’ ନୀତୁ କପୁର ଓ ବଡ଼ ଭଉଣୀ ରିଦ୍ଦିମା କପୁର ଏବଂ ଆଲିଆଙ୍କ ମା’ ସୋନି ରାଜଦାନ ଓ ଭଉଣୀ ଶାହୀନ ଭଟ୍ଟ ମଧ୍ୟ ଯାଇଥିଲେ। ସୂଚନାଯୋଗ୍ୟ ଯେ କିଛି ବର୍ଷ ହେଲା ରଣବୀର ଓ ଆଲିଆ ରିଲେସନ୍‌ସିପ୍‌ରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.