Below header

ଦେଶର ଅଷ୍ଟମ ପାସ୍ ବିଧାୟକ ସବୁଠୁ ଧନୀ

ନୂଆଦିଲ୍ଲୀ : ଆମ ଦେଶର ବିଧାୟକମାନଙ୍କ ଭିତରୁ ସବୁଠୁ କିଏ ଧନୀ ଓ କିଏ ଗରିବ ତାର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ମିଳିଥିବା ତଥ୍ୟ ଅନୁସାରେ ବର୍ଷକୁ ବିଧାୟକମାନଙ୍କର ହାରାହାରି ଆୟ ହେଉଛି ୨୪ ଲକ୍ଷ ୪୯ ହଜାର ଟଙ୍କା । ତେବେ ସର୍ବାଧିକ ଆୟକାରୀ ଭାବେ ଶୀର୍ଷରେ ରହିଛନ୍ତି କର୍ଣ୍ଣାଟକର ୨୦୩ ବିଧାୟକ । ଆଉ ତାଲିକାର ସର୍ବନିମ୍ନରେ ରହିଛନ୍ତି ଛତିଶଗଡ଼ ବିଧାୟକ । କର୍ଣ୍ଣାଟକ ବିଧାୟକଙ୍କ ବାର୍ଷିକ ହାରାହାରି ଆୟ ହେଉଛି ୧ କୋଟିରୁ ଅଧିକ । ତେବେ ପୂବାଞ୍ଚଳ ରାଜ୍ୟର ବିଧାୟକମାନଙ୍କ ବାର୍ଷିକ ଆୟ ହାରାହାରି ୮ ଲକ୍ଷ ୫ ହଜାର ଟଙ୍କା । ତା ଭିତରେ ଛତିଶଗଡ଼ ହେଉଛି ସର୍ବନିମ୍ନ । ନେସନାଲ ଇଲେକସନ୍ ୱାଚ୍ ଦ୍ବାରା କରାଯାଇଥିବା ସର୍ଭେରୁ ଏକଥା ଜଣାପଡ଼ିଛି । ଏହି ସର୍ଭେରୁ ଆଉ ଗୋଟିଏ ମଜା କଥା ଜଣାପଡ଼ିଛି । ତାହା ହେଉଛି ପଞ୍ଚମରୁ ଦ୍ବାଦଶ ଶ୍ରେଣୀ ଯାଏ ପାଠ ପଢ଼ିଥିବା ବିଧାୟକଙ୍କ ଆୟ ଉଚ୍ଚ ଡିଗ୍ରୀଧାରୀଙ୍କ ଠାରୁ ଅଧିକ । କମ୍ ପାଠୁଆଙ୍କ ସଂଖ୍ୟା ୩୭ ପ୍ରତିଶତ । ଏମାନଙ୍କ ଆୟ ବର୍ଷକୁ ହାରାହାରି ୩୧ ଲକ୍ଷରୁ ଅଧିକ ଥିବା ବେଳେ ୬୩ ପ୍ରତିଶତ ଉଚ୍ଚଶିକ୍ଷିତଙ୍କ ଆୟ ହେଉଛି  ୨୦ ଲକ୍ଷ ଟଙ୍କାରୁ କିଛି ଅଧିକ । ଆଉ ଅଶିକ୍ଷିତ ବିଧାୟକଙ୍କ ବାର୍ଷିକ ଆୟ ହେଉଛି ୯ ଲକ୍ଷରୁ ଊର୍ଦ୍ଧ୍ବ ।

YAMINI BALA

ଦେଶର ମୋଟ୍ ୪୦୮୬ ବିଧାୟକଙ୍କ ମଧ୍ୟରୁ ୩୧୪୫ ଜଣଙ୍କ ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । .ସେମାନଙ୍କ ବ୍ୟବସାୟ, ଚାଷବାସ ଆଦି କ୍ଷେତ୍ରରୁ ହେଉଥିବା ଆୟରୁ ଏହି ସବୁ ହିସାବ କରାଯାଇଛି । ସେଥିରୁ ଜଣାପଡ଼ିଛି ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ବିଧାୟକଙ୍କର ବାର୍ଷିକ ଆୟ ହେଉଛି ସବୁଠାରୁ ବେଶି । ସବୁଠୁ ଧନୀ ବିଧାୟକ ହେଉଛନ୍ତି ଏନ୍. ନାଗରାଜୁ । ଯିଏକି ବେଙ୍ଗାଲୁରୁ ଗ୍ରାମାଞ୍ଚଳ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଛନ୍ତି । ତାଙ୍କର ବାର୍ଷିକ ଆୟ ୧୫୭ କୋଟି ଟଙ୍କାରୁ ଅଧିକ । କଂଗ୍ରେସ ବିଧାୟକ ନାଗରାଜୁଙ୍କ ପତ୍ନୀଙ୍କ ସମ୍ପତ୍ତି ମୂଲ୍ୟ ୯୦୭ କୋଟି ଟଙ୍କା । ସବୁଠାରୁ କମ୍ ଆୟକାରୀ ହେଉଛନ୍ତି ଆନ୍ଧ୍ର ପ୍ରଦେଶ ତେଲୁଗୁ ଦେଶମ ପାର୍ଟିର ବିଧାୟିକା ବି. ଯାମିନୀବାଳା । ମାତ୍ର ୧୩୦୧ ଟଙ୍କା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.