ପୁଣି ମାତିଲା ସୁନ୍ଦରୀ

ଅନୁଗୁଳ(କେନ୍ଯୁଜ୍) : ସାତକୋଶିଆରେ ପୁଣି ମାତିଲା ସୁନ୍ଦରୀ। ଗତକାଲି ରାତିରେ ବାଘୁଣୀ ଅନୁଗୁଳର ଲେହେଡି ଗାଁରେ ଏକ ବାଛୁରୀକୁ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଠମଲ୍ଲିକ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ସ୍କୁଲରେ ତାଲା ପଡିଯାଇଛି।

tigerସେପଟେ ରେଡିଓ କଲାର୍‌ ମାଧ୍ୟମରେ ତା’ର ଗତିବିଧି ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଓ୍ଵାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ବିଶେଷଜ୍ଞ ଟିମ୍‌ । ସାତକୋଶିଆକୁ ଜଗିବା ଓ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ କର୍ଣ୍ଣାଟକରୁ ହାତୀ ଅଣାଯିବ ବୋଲି ବିଶେଷଜ୍ଞ ଦଳ ସୂଚନା ଦେଇଛି।

Leave A Reply

Your email address will not be published.