କଣ ଆପଣଙ୍କ ପିଲାବି ବ୍ୟବହାର କରୁଛି ସ୍ମାର୍ଟଫୋନ, ତାହେଲେ ହୋଇଯାଆନ୍ତୁ ସାବଧାନ ନଚେତ ଆପଣଙ୍କ ପିଲା ସହ ବି ହୋଇପାରେ କିଛି ଏପରି

ସ୍ମାର୍ଟଫୋନର ବ୍ୟବହାରକୁ ନେଇ ସାଧାରଣତଃ ସବୁବେଳେ ଚେତାବନୀ ଦିଆଯାଇଥାଏ କାରଣ ଏହା ସ୍ୱାସ୍ଥ୍ୟ ଏବଂ ଆଖିର ଜ୍ୟୋତି ପାଇଁ ବହୁତ ବିପଦପୂର୍ଣ୍ଣ ଅଟେ । କିନ୍ତୁ ଆଜିପର୍ଯ୍ୟନ୍ତ କେହିବି ନିଜ ସ୍ୱାସ୍ଥ୍ୟ ପାଇଁ ସ୍ମାର୍ଟଫୋନଠୁ ଦୁରେଇ ରହିବାର ଦେଖାଯାଇ ନାହିଁ । ବର୍ତ୍ତମାନ ସବୁଠୁ ବେଶୀ ସ୍ମାର୍ଟଫୋନର ବ୍ୟବହାର ଛୋଟ ପିଲାମାନେ କରୁଥିବାର ଦେଖିବାକୁ ମିଳୁଛି । ନିକଟରେ ସ୍ମାର୍ଟଫୋନର ବ୍ୟବହାରକୁ ନେଇ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । ଯାହାକୁ ଜାଣିବା ଆପଣଙ୍କ ପାଇଁ ନିତାନ୍ତ ଆବଶ୍ୟକ ଅଟେ । ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ..
କଣ ଆପଣଙ୍କ ପିଲା ମଧ୍ୟ ସ୍ମାର୍ଟଫୋନ ବ୍ୟବହାର କରିବାରେ ଅଭ୍ୟସ୍ତ କି ? ତାହେଲେ ହୋଇଯାଆନ୍ତୁ ସାବଧାନ ଏବଂ ଆପଣଙ୍କ ପିଲାଠୁ ଦୁରେଇ ରଖନ୍ତୁ ସ୍ମାର୍ଟଫୋନ । ନଚେତ ସେମାନଙ୍କର ଦାନ୍ତ ଭାଙ୍ଗି ଯାଇପାରେ , ଓଠ ଫାଟି ଯାଇପାରେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାର ମଧ୍ୟ ସମ୍ଭାବନା ରହିଛି । ଏମ୍ସର ଦନ୍ତ ବିଭାଗର ରିପୋର୍ଟ ଅନୁଯାୟୀ ଗତ କିଛି ମାସ ମଧ୍ୟରେ ପ୍ରାୟ ୯ରୁ ୧୦ ଜଣ କିଛି ଏପରି ପିଲା ଚିକିତ୍ସିତ ହେଉଛନ୍ତି ଯେଉଁମାନଙ୍କର ଦାନ୍ତ ସ୍ମାର୍ଟ ଫୋନ ମୁଁହରେ ପଡିଯିବା କାରଣରୁ ଭାଙ୍ଗି ଯାଇଥିଲା ଏବଂ ସେଥିରେ ଅନେକ ପିଲାଙ୍କର ଓଠ ମଧ୍ୟ ଫାଟି ଯାଇଥିଲା । ସୂଚନା ଅନୁଯାୟୀ ଏହି ପିଲାମାନେ ଶୋଇବା ସମୟରେ ସ୍ମାର୍ଟଫୋନର ବ୍ୟବାହାର କରୁଥିବାରୁ ଏହା ମୁଁହରେ ପଡ଼ିଯାଇ ଦାନ୍ତ ଭାଙ୍ଗିଯାଉଛି । ଗୋଟିଏ ସ୍ମାର୍ଟଫୋନର ଓଜନ ୧୭୦ ରୁ ୨୫୦ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ଏବଂ ଯଦି ଏହା ମୁଂହ ଉପରେ ପଡ଼ିଯାଏ ତାହେଲେ ପିଲାକୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡିପାରେ ।
ଏମ୍ସର ଦାନ୍ତବିଭାଗ ଚିକିତ୍ସକଙ୍କ କହିବା ଅନୁଯାୟୀ ଫୋନ ପାଇଁ ଆହତ ହୋଇ ହସ୍ପିଟାଲ ଆସିଥିବା ପିଲାମାନଙ୍କର ବୟସ ମାତ୍ର ୭ ରୁ ୮ ବର୍ଷଅଟେ । ଏମାନଙ୍କ ମଧ୍ୟରେ ସାତ ଜଣ ପିଲା ଏପରି ଥିଲେ ଯେଉଁମାନେ ଶୋଇରହି ମୋବାଇଲରେ ଗେମ ଖେଳୁଥିବା ସମୟରେ ଏହା ମୁଂହ ଉପରେ ଖସି ପଡ଼ିଥିଲା ଯାହାଦ୍ୱାରା ସେମାନେ ଆହତ ହୋଇଥିଲେ । ହସ୍ପିଟାଲରେ ଭର୍ତ୍ତି ହୋଇଥିବା କିଛି ପିଲାଙ୍କର ଆଗ ଦାନ୍ତ ଭାଙ୍ଗି ଯାଇଥିବା ସହ ଓଠ ମଧ୍ୟ ଫାଟିଯାଇଥଲା ।