ମୋବାଇଲ୍‌ରେ ଏବେ ଲୋକଙ୍କ ଅଭିଯୋଗ ଶୁଣିବ ଗଞ୍ଜାମ ଜିଲ୍ଲା ପ୍ରାଶାସନ, ତୁରନ୍ତ ପଦକ୍ଷେପର ପ୍ରତିଶ୍ରୁତି

ଗଞ୍ଜାମ (କେନ୍ୟୁଜ୍): ରାଜ୍ୟ ସରକାରଙ୍କ ୫-ଟି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ । ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ତୁରନ୍ତ ସମାଧାନ ଓ ପଦକ୍ଷେପ ନେବା ଲାଗି ପ୍ରଶାସନ ପକ୍ଷରୁ ଏକ ୟୁନିକ୍ ଟେଲିଫୋନ ବା ମୋବାଇଲ ନମ୍ୱର ଜାରି କରାଯାଇଛି । ଏହି ନମ୍ୱର ହେଲା-9437563800 ।
ଏହି ମୋବାଇଲ ନମ୍ୱରରେ ଲୋକେ ସିଧାସଳଖ ଭାବେ କଲ, ମେସେଜ, ଦରଖାସ୍ତ ହ୍ୱାଟସ ଆପ୍ ମାଧ୍ୟମରେ ନିଜର ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇପାରିବେ। ଅଭିଯୋଗ ପାଇବା ପରେ ତୁରନ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରୁ ପଦକ୍ଷେପ ନିଆଯିବ । ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତିନିଟି ସିଫ୍‌ଟରେ କର୍ମଚାରୀମାନେ ଦାୟିତ୍ୱ ତୁଲାଇବେ । ପ୍ରଶାସନର ଏଭଳି ପଦକ୍ଷେପ ଦ୍ୱାରା ଲୋକଙ୍କ ସମସ୍ୟାର ସମାଧାନ ହେବା ସହିତ ସରକାରୀ କର୍ଯ୍ୟାଳୟରେ ହେଉଥିବା ଦୁର୍ନୀତି ରୋକି ହେବ ବୋଲି ଆଶା କରାଯାଉଛି । ଛତ୍ରପୁରଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.