ପୁରୀ ମନ୍ଦିରର ନୂଆ ପ୍ରଶାସକ ଭାବେ ଦାୟିତ୍ବ ନେଲେ କ୍ରିଷନ କୁମାର, କହିଲେ ଶ୍ରୀମନ୍ଦିର ଉନ୍ନତିକୁ ଦିଆଯିବ ଗୁରୁତ୍ବ

ପୁରୀ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି କ୍ରିଷନ କୁମାର । ମଧ୍ୟାହ୍ନରେ ସେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ମହାପ୍ରଭୁଙ୍କ ନୀତି, ଶୃଙ୍ଖଳା, ସଂସ୍କୃତି ଓ ପରଂପରାକୁ ନେଇ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରି କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି । ବିଶେଷକରି ଶ୍ରୀମନ୍ଦିର, ମଠ, ସେବାୟତଙ୍କ ଉନ୍ନତି ଓ କଲ୍ୟାଣକାରୀ ଯୋଜନାକୁ ଗୁରୁତ୍ୱ ଦିଆଯିବ । ସେବାୟତଙ୍କ ପାଇଁ ପ୍ରତିଷ୍ଠା ହେବାକୁ ଥିବା ଗୁରୁକୁଳ, ସ୍ୱାସ୍ଥ୍ୟ ଯୋଜନା ଓ ଘର ନିର୍ମାଣ ଆଦିକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.