୯ ବର୍ଷ ପିଲାକୁ ପ୍ରଲୋଭନ ଦେଖାଇ ପ୍ରଥମେ ଦୁଷ୍କର୍ମ ଏବଂ ପରେ ୧୦ ଖଣ୍ଡ କରି କାଟି ଫିଙ୍ଗିଲା ପଡୋଶୀ ଯୁବକ, ପୋଲିସ କଲା ଗିରଫ

୯ ବର୍ଷର ପିଲାକୁ ଦୁଷ୍କର୍ମ କରିବା ପରେ ୧୦ ଖଣ୍ଡରେ କାଟି ଫୋପାଡିଲା ପଡୋଶୀ । ରାଜସ୍ଥାନର ଉଦୟପୁରରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା । ପଡୋଶୀ ଜଣକ ପିଲାକୁ ପ୍ରଲୋଭନ ଦେଖାଇ ଏଭଳି କାଣ୍ଡ କରିଥିବା ପୋଲିସ ଅନୁମାନ କରୁଛି ।

ରାଜସ୍ଥାନର ଉଦୟପୁରରେ ହୃଦୟ ବିଦାରକ ଘଟଣା ଘଟିଛି ।ପଡ଼ୋଶୀ ଜଣକ ଜଣେ ୯ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ହତ୍ୟା କରି ମୃତ ଶରୀରକୁ ୧୦ ଖଣ୍ଡରେ କାଟି ଫୋପାଡି ଦେଇଥିବା ଖବର ମିଳିଛି ।

ଜୟପୁର ରାଜସ୍ଥାନର ଉଦୟପୁର ଜିଲ୍ଲାର ମାଭଲି ପୋଲିସ ଷ୍ଟେସନ ପରିସରରେ ଜଣେ ୯ ବର୍ଷର ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଏବଂ ପରେ ତାଙ୍କ ଶରୀରକୁ ୧୦ ଖଣ୍ଡରେ କାଟିବା ଅଭିଯୋଗ ଖବର ଆସିଥିଲା । ଲୋପଡା ଗାଁରେ ରହୁଥିବା ୯ ବର୍ଷର ଆଦିବାସୀ ସମାଜର ପିଲାକୁ ୨୯ ମାର୍ଚ୍ଚରେ ଅପହରଣ ହୋଇଥିବା ମାମଲା ଦାଏର ହୋଇଥିଲା । ଜଣେ ପୋଲିସ ଅଧିକାରୀ ଏ ବିଷୟରେ ସୂଚନା ଦେଇଥିଲେ।

ଉଦୟପୁର ଜିଲ୍ଲା ପୋଲିସ ଅଧୀକ୍ଷକ ବିକାଶ ଶର୍ମା କହିଛନ୍ତି ଯେ, ଶନିବାର ଦିନ ନଅ ବର୍ଷର ବାଳିକାଙ୍କ ମୃତଦେହ ଘରଠାରୁ କିଛି ଦୂରରେ ଥିବା ଘରର ଧ୍ୱଂସାବଶେଷରୁ କ୍ଷତ ବିକ୍ଷତ ଅବସ୍ଥାରେ ମିଳିଥିଲା । ଅଭିଯୁକ୍ତ କମଲେଶଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି।

ତେବେ ଅଭିଯୁକ୍ତ ଜଣକ ପିଲାଟି ସହିତ ଘରେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅନୁମାନ କରୁଛି ପୋଲିସ । ପିଲାକୁ ପ୍ରଲୋଭନ ଦେଖାଇ ତାକୁ ଅପହରଣ କରିବା ପରେ ଦୁଷ୍କର୍ମ କରିଥିବା ପୋଲିସ ସନ୍ଦେହ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.