ସୁଦୂର ଆଫ୍ରିକାର କେନିୟା ନାଇରୋବିରେ ପ୍ରବାସୀ ଓଡିଆଙ୍କ ଦ୍ବାରା ଉତ୍କଳ ଦିବସ ପାଳନ

ରାଜ୍ୟ ସମେତ ଦେଶ ବାହାରେ ରହୁଥିବା ପ୍ରବାସୀ ଓଡିଆମାନେ ବି ଉତ୍କଳ ଦିବସକୁ ଖୁବ୍ ଉତ୍ସାହ ସହକାରେ ପାଳନ କରିଥିଲେ। ଏହି ଅବସରରେ ସୁଦୂର ଆଫ୍ରିକାର କେନିୟା ନାଇରୋବିରେ ଉତ୍କଳ ଦିବସକୁ ଅଭିନବ ଉପାୟରେ ପାଳନ କରାଯାଇଥିଲା।

କେନ୍ୟୁଜ୍: ଏପ୍ରିଲ ପହିଲା ଅର୍ଥାତ୍ ଏପ୍ରିଲ ୧ ତାରିଖ, ଯାହା ଉତ୍କଳ ଦିବସ ରୂପେ ପାଳନ କରାଯାଏ। ଚଳିତ ବର୍ଷ ବି ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ ସବୁ ଓଡିଆ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ମନେ ପକାଇଥିଲା ସାରା ରାଜ୍ୟ । ଚାରିଆଡେ ଗୁଞ୍ଜରିତ ହୋଇଥିଲା ବନ୍ଦେ ଉତ୍କଳ ଜନନୀ ସଂଗୀତ । ହେଲେ ରାଜ୍ୟ ସମେତ ଦେଶ ବାହାରେ ରହୁଥିବା ପ୍ରବାସୀ ଓଡିଆମାନେ ବି ଉତ୍କଳ ଦିବସକୁ ଖୁବ୍ ଉତ୍ସାହ ସହକାରେ ପାଳନ କରିଥିଲେ ।

blood donation

ଏହି ଅବସରରେ ସୁଦୂର ଆଫ୍ରିକାର କେନିୟା ନାଇରୋବିରେ ଉତ୍କଳ ଦିବସକୁ ଅଭିନବ ଉପାୟରେ ପାଳନ କରାଯାଇଥିଲା । ଶ୍ରୀ ଜଗନ୍ନାଥ ଇଷ୍ଟ ଆଫ୍ରିକା ସମାଜ କେନିୟା ଦ୍ଵାରା ପ୍ରବାସୀ ଭାଇ ଓ ଭଉଣୀମାନେ ଏକାଠି ହୋଇ ଉତ୍କଳ ଦିବସରେ ବିଭିନ୍ନ କାର୍ଯ୍ଯକ୍ରମର ଆୟୋଜନ କରିଥିଲେ ।

kenya

ସବୁଠାରୁ ବଡ କଥା ଏହି ଅବସରରେ ଏକ ରକ୍ତ ଦାନ ଶିବିର ବି ଅନୁଷ୍ଠିତ ହୋଇଥିଲା ଏବଂ ଅନାଥ ପିଲା ମାନଙ୍କୁ ସହଯୋଗର ହାତ ବଢ଼େଇଥିଲେ ଏମାନେ । ତେବେ ପ୍ରବାସୀ ଓଡ଼ିଆ ମାନେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେବାକୁ ଭାରତ ବାହାରେ ସେମାନଙ୍କ ଚେଷ୍ଟା ଜାରି ରଖିଥିବା କହିଛନ୍ତି ।