Below header

ସ୍କୁଲ୍‌ ଯାଉଥିବା ବେଳେ ଛାତ୍ରଙ୍କୁ ଝୁଣି ପକାଇଲେ କୁୁକୁର ପଲ

କୁକୁର ଆକ୍ରମଣରେ ଗୁରତର ହେଲେ ୯ ବର୍ଷୀୟ ଛାତ୍ର। ସ୍କୁଲ ଯିବା ସମୟରେ କରିଥିଲେ ଆକ୍ରମଣ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଗୁଜୁରାଟର ସୁରତ ଅନ୍ତର୍ଗତ ପିପଲୋ ଅଞ୍ଚଳର ଉମରା ଗାଁରେ ଘଟିଛି ।

ଗୁଜୁରାଟ: ପୁଣି ଆତଙ୍କ ଖେଳାଇଛନ୍ତି ବୁଲା କୁକୁର । କୁକୁର ଆକ୍ରମଣରେ ଗୁରତର ହେଲେ ୯ ବର୍ଷୀୟ ଛାତ୍ର। ସ୍କୁଲ ଯିବା ସମୟରେ କରିଥିଲେ ଆକ୍ରମଣ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଗୁଜୁରାଟର ସୁରତ ଅନ୍ତର୍ଗତ ପିପଲୋ ଅଞ୍ଚଳର ଉମରା ଗାଁରେ ଘଟିଛି ।

ସୁଚନା ମୁତାବିକ୍‌, ସବୁଦିନ ପରି ଛାତ୍ର ଜଣକ ସକାଳୁ ସକାଳୁ ସ୍କୁଲ ଯାଉଥିଲେ। ହେଲେ ରାସ୍ତାରେ ଯିବା ସମୟରେ କିଛି କୁୁକର ତାଙ୍କୁ ପିଛା କରିଥିଲେ। ଛାତ୍ର ଜଣକ କୁକୁରକୁ ଦେଖି ଭୟ କରି ଦୌଡ଼ି ପଳାଇଯିବା ସମୟରେ ୫ରୁ ୬ଟି କୁକୁର ତାଙ୍କୁ ଆକ୍ରମଣ କରିବାକୁ ଲାଗିଲେ। ତାଙ୍କୁ ଗୋଡ଼ାଇ ଗୋଡ଼ାଇ ୨୦ ରୁ ଅଧିକ ଥର ଝୁଣି ଖାଇଛନ୍ତି। ଫଳରେ ଛାତ୍ରଙ୍କ ଦେହରେ ୨୦ଟି କାମୁଡ଼ା କ୍ଷତ ଚିହ୍ନ ରହିଛି । ତାଙ୍କ ମୁଣ୍ଡ, ମୁହଁ ଓ ଶରୀରରେ କୁୁକୁର କାମୁଡ଼ିବାର ଦାଗ ରହିଛି ।

ତେବେ ଏହି ଛାତ୍ର ଜଣକ ହେଉଛନ୍ତି ସନ୍ନି ରାଠୋଡ । ତାଙ୍କ ବାପା ଜଣେ ଦିନ ମଜୁରିଆ । ସେ ତାଙ୍କ ପରିବାର ସହ ଉମରାଠାରେ ଥିବା ଫ୍ଲୋରା ଗାର୍ଡ଼େନ ନିକଟରେ ରୁହନ୍ତି । ସେ ଆଜି ସକାଳ ପ୍ରାୟ ୮ ଟା ସମୟରେ ସ୍କୁଲ ୍‌ ଯିବା ବେଳେ କୁକୁର କାମୁଡ଼ାର ଶିକାର ହୋଇଥିଲେ ହସ୍ପଟିଲାରେ ଚିକିତ୍ସିିତ ହେଉଛନ୍ତି ।ଏହି ଘଟଣା ପରେ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦିନକୁ ଦିନ କୁକୁରଙ୍କର ଏଭଳି ଆତଙ୍କ ବୃଦ୍ଧି ପାଉଥିବାରୁ ସେହି ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେପଟେ ସୁରତ ପୌରପାଳିକାର ଏବିସି ଟିମ୍‌ ୪ଟି କୁକୁର ଧରିବାରେ ସଫଳ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.