୧୦୦ ଟଙ୍କା ଡ୍ରେସ୍ ପାଇଁ ଆମାନୁଷିକ ଆକ୍ରମଣ: ବଡ଼ ଭଉଣୀ ଆଖି ଫୁଟାଇଦେଲା ନାବାଳକ ଭାଇ
୧୦୦ ଟଙ୍କା ମୂଲ୍ୟର ଏକ ଡ୍ରେସ୍ କିଣିଥିବାରୁ ଦିଲ୍ଲୀର ଜଣେ ୧୭ ବର୍ଷୀୟ ନାବାଳକ ନିଜ ବଡ଼ ଭଉଣୀ ଉପରେ ଅମାନୁଷିକ ଭାବେ ଆକ୍ରମଣ କରିଛି। ନାବାଳକ ଜଣକ ତାଙ୍କ ଭଉଣୀଙ୍କୁ ପ୍ରତାଡ଼ିତ କରିବା ସହ ଆଖି ଫୁଟାଇଦେଇଛନ୍ତି। ମଙ୍ଗଳବାର ଏହି ୨୦ ବର୍ଷର୍ୀୟା ଯୁବତୀଙ୍କୁ ଦିଲ୍ଲୀ ମହିଳା ଆୟୋଗ ରୁଟିନ୍ ଯାଞ୍ଚ ସମୟରେ ତାଙ୍କ ଘରୁ ଉଦ୍ଧାର କରିଛି।
ମହିଳା ଆୟୋଗର ସୂଚନା ମୁତାବକ, ଏହି ଘଟଣା ବିଷୟରେ ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ଏକ ବନ୍ଦ ଘରୁ ଯୁବତୀଙ୍କ କାନ୍ଦିବା ଶବ୍ଦ ଶୁଭିଥିଲା। ଏ ନେଇ ସେମାନେ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲେ। ପଡ଼ୋଶୀ ଜଣାଇଥିଲେ କି ପ୍ରାୟ ସବୁ ସମୟରେ ନାବାଳକ ଜଣକ ତାଙ୍କ ଭଉଣୀଙ୍କୁ ଗାଳିମନ୍ଦ କରିଥାଆନ୍ତି ଏବଂ ମାଡ଼ ମଧ୍ୟ ମାରିଥାଆନ୍ତି।
ଏହାସହ ପଢ଼ନ୍ତୁ: ସାହସିକତାର ପରିଚୟ ଦେଲେ ବୃଦ୍ଧ ଦମ୍ପତି: ଅସ୍ତ୍ର ଧରି ଲୁଟ୍ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କୁ କଲେ ଏମିତି ସାମ୍ନା,…
ଘଟଣା ବିଷୟରେ ଶୁଣି ମହିଳା ସଦସ୍ୟମାନେ ଦିଲ୍ଲୀ ମହିଳା ଆୟୋଗ ଅଫିସକୁ ଫୋନ୍ କରିଥିଲେ ଏବଂ ଯୁବତୀଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଏହା ଜାଣିବା ପରେ ନାବାଳକ ମହିଳା ସଦସ୍ୟଙ୍କୁ ମଧ୍ୟ ଗାଳି ଦେବା ସହ ଆକ୍ରମଣ କରିବାକୁ ଧମକ ଦେଇଥିଲେ। କିନ୍ତୁ ମହିଳାମାନେ ଘର ଭିତରକୁ ପଶିବାରେ ସଫଳ ହୋଇଥିଲେ। ଘରେ ପଶିବା କ୍ଷଣି ସେମାନେ ପୀଡ଼ିତା ଯୁବତୀଙ୍କୁ ଚଟାଣରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ତାଙ୍କ ଚେହେରା ଜଖମ ହୋଇଯାଇଥିବା ବେଳେ ମୁହଁରୁ ରକ୍ତ ବାହାରୁଥିଲା। ନାବାଳକ ତାଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ। ଏବେ ଯୁବତୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଉକ୍ତ ନାବାଳକଙ୍କ ବିରୋଧରେ ଉଚିତ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିବାକୁ ପଡ଼େଶୀମାନେ ଦାବି ହୋଇଛି।
Rs 100 का सूट लेने पे लड़की की 2 आँखें उसके 17 साल के भाई ने ग़ुस्से में फोड़ दी!
DCW महिला पंचायत को डोर टू डोर विज़िट में लड़की घर में बंद लहूलुहान मिली। मैं अस्पताल में उससे मिलने गयी! बहुत सीरीयस है। पुलिस को ऐक्शन हेतु समन किया है!
राखी पे जल्लाद भाई का ये कैसा तोहफ़ा? pic.twitter.com/ifPQQ1KXNq
— Swati Maliwal (@SwatiJaiHind) August 13, 2019