ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଛାଡ଼ି ଆଜିି ଭୋରରୁ ଚନ୍ଦ୍ରପୃଷ୍ଠରେ ପ୍ରବେଶ କରିବ ଚନ୍ଦ୍ରାୟାନ-୨

ପୃଥିବୀ ଚାରିପଟେ ଘୂରି ବୁଲି ଉପରକୁ ଉଠୁଥିବା ଚନ୍ଦ୍ରାୟାନ-୨ ଆଜିି ଭୋରରୁ ଚନ୍ଦ୍ରପୃଷ୍ଠରେ ପ୍ରବେଶ କରିବ । ରାତି ୩ଟା ୩୦ମିନିଟରେ ଟ୍ରାନସ ଲୁନାର ଇଂଜେକସନ ଆରମ୍ଭ ହେବ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଛାଡ଼ି ଚନ୍ଦ୍ରପୃଷ୍ଠରେ ପ୍ରବେଶ କରିବ । ଶେଷ ବୁଷ୍ଟରରେ ଚନ୍ଦ୍ରାୟାନ-୨ ଚନ୍ଦ୍ର ପୃଷ୍ଠ ଆଡ଼କୁ ମୁହାଁଇବ । ଆସନ୍ତା ୨୦ ତାରିଖରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରି ଏହା ଘୂରି ବୁଲିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଗତ ଜୁଲାଇ ୨୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରାୟାନ ୨ର ପ୍ରକ୍ଷେପଣ କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ସମୁଦାୟ ୯୭୮କୋଟିର ବ୍ୟୟ ବରାଦ ହୋଇଛି । ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚନ୍ଦ୍ରାୟାନ-୨ ବିଶ୍ୱର ପ୍ରଥମ ସ୍ପେସ୍‌ ମିଶନ, ଯାହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଭାରତର ନିଜସ୍ୱ ଜ୍ଞାନ କୌଶଳ ଜରିଆରେ ଚନ୍ଦ୍ରରେ ଅବତରଣ କରିବ ଲ୍ୟାଣ୍ଡର । ଅରବିଟର୍‌ ଚନ୍ଦ୍ରର କକ୍ଷପଥରେ ପହଞ୍ଚିିବା ପରେ, ବର୍ଷେ ଯାଏ ଚନ୍ଦ୍ର ଚାରିପଟେ ବୁଲିବ । ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ। ୧୪ଶହ ୭୧ କିଲୋଗ୍ରାମର ଲ୍ୟାଣ୍ଡର ମଞ୍ଜିନସ C ଏବଂ ସିମ୍ପିଲିୟସ N, ଏ ଦୁଇଟି ଗର୍ତ୍ତର ମଧ୍ୟବର୍ତ୍ତି ଅଂଚଳରେ ଅବତରଣ କରିବ । ଏହାର କାର୍ଯ୍ୟକାଳ ଗୋଟିଏ ଲୁନାର ଡେ, ଅର୍ଥାତ ୧୪ ଦିନ । ବିକ୍ରମ ଭିତରୁ ବାହାରି ଚନ୍ଦ୍ରପୃଷ୍ଟରେ ଅନୁଧ୍ୟାନ କରିବ ରୋଭର ପ୍ରଜ୍ଞା । ଛଅ ଚକିଆ ଏହି ରୋଭର ୫ଶହ ମିଟର ଯାଇ ପାରିବ । ମାଗ୍ନେସିୟମ, କାଲସିୟମ, ଆଇରନ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ ରୋଭର। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିସନ ଅଧ୍ୟୟନ କରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.