ପାଣି ଘେରରେ ବଲାଙ୍ଗିରର ସିରିସ ଗାଁ, ମୋବାଇଲ୍‌ରେ ଲୋକେ ପଠାଇଲେ ଦୁର୍ଦ୍ଦଶାର ଚିତ୍ର

ବଲାଙ୍ଗିର (କେ ନ୍ୟୁଜ୍‌) : ବର୍ଷା ଓ ବନ୍ୟାରେ ଏବେ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳ ଜଳାର୍ଣ୍ଣବ । ବଲାଙ୍ଗିରର ପ୍ରାୟ ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ସେଠାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଏକ ଗାଁ ହେଉଛି କୁଡାସିଂହ ନିକଟ ସିରିସ ଗ୍ରାମ ।

3

ବଲାଙ୍ଗିର ସଦର ଠାରୁ ୨୪ କିଲୋମିଟର ଦୂର ଏହି ଗାଁର ପ୍ରାୟ ୫୦ ଜଣ ଲୋକ ପାଣି ଘେରରେ ଅଛନ୍ତି । ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିନାହିଁ । ସ୍ଥାନୀୟ ଲୋକେ ନିଜ ଦୁର୍ଦ୍ଦଶା ସମ୍ପର୍କରେ ମୋବାଇଲ୍‌ରେ ଫଟୋ ଉଠାଇ ଆମ ପାଖକୁ ପଠାଇଛନ୍ତି । ସେମାନେ ବିଭିନ୍ନ ଆଶ୍ରୟ ସ୍ଥଳରେ ରହିଛନ୍ତି ।

5

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.