କିସ୍‌ରେ କାର୍ଯ୍ୟକ୍ଷମ ହେଲା ୪ଟି ରିସର୍ଚ୍ଚ ଚେୟାର, ୪ ଜଣ ଅଭିଜ୍ଞ ଶିକ୍ଷାବିତ୍‌ଙ୍କୁ ରିସର୍ଚ୍ଚ ଚେୟାର ପ୍ରଫେସର ଭାବେ ନିଯୁକ୍ତି

କିସ୍‌ରେ ପ୍ରତିଷ୍ଠା କରାଯାଇଥିବା ସନ୍ଥକବି ଭୀମଭୋଇ, ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ବିଜୁ ପଟ୍ଟନାୟକଙ୍କ ରିସର୍ଚ୍ଚ ଚେୟାର କାର୍ଯ୍ୟକ୍ଷମ ହୋଇଛି। ଏହି ୪ଟି ରିସର୍ଚ୍ଚ ଚେୟାରରେ ୪ ଜଣ ଅଭିଜ୍ଞ ଶିକ୍ଷାବିତ୍‌ଙ୍କୁ ରିସର୍ଚ୍ଚ ଚେୟାର ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଛି । ବିଜୁ ପଟ୍ଟନାୟକ ରିସର୍ଚ୍ଚର୍ ଚେୟାର ପ୍ରଫେସର ଏବଂ ରିସର୍ଚ୍ଚ ଚେୟାର ମୁଖ୍ୟ ଭାବେ କିସ୍‌ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଡ. ଯୁଗଳ କିଶୋର ମିଶ୍ରଙ୍କୁ ମଧୁସୂଦନ ଦାସ ରିସର୍ଚ୍ଚର୍ ଚେୟାର ପ୍ରଫେସର, ଡ. ଏଚ୍‌ ସାହୁଙ୍କୁ ଭୀମଭୋଇ ରିସର୍ଚ୍ଚ ଚେୟାର ପ୍ରଫେସର ଏବଂ ଡ. ବସନ୍ତ କୁମାର ପଣ୍ଡାଙ୍କୁ ଗୋପବନ୍ଧୁ ଦାସ ରିସର୍ଚ୍ଚର୍ ଚେୟାର ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଛି ।

ମଙ୍ଗଳବାର ଏହି ୪ ରିସର୍ଚ୍ଚ ଚେୟାର ପ୍ରଫେସରଙ୍କୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇଥିଲେ । ଏହି ସବୁ ରିସର୍ଚ୍ଚ ଚେୟାରରେ ସନ୍ଥକବି ଭୀମଭୋଇ, ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ବିଜୁ ପଟ୍ଟନାୟକଙ୍କ ଉପରେ ଅଧିକଥର ଗବେଷଣା କରାଯିବ । ବର୍ତ୍ତମାନ ପରିପ୍ରେକ୍ଷୀରେ ସେମାନଙ୍କର କାର୍ଯ୍ୟଧାରା ନୀତି ଓ ଆଦର୍ଶର ସାମାଜିକ, ଅର୍ଥନୈତିକ ପ୍ରାସଙ୍ଗିକତା ଉପରେ ଉଚ୍ଚତର ଅଧ୍ୟୟନ କରାଯିବ । ଏହା ବ୍ୟତିତ ବିଭିନ୍ନ ସମୟରେ ଏମାନଙ୍କ ଉପରେ ବକ୍ତତାମାଳା, ଜାତୀୟ ଓ ଆନ୍ତର୍ଜାତିକ ଆଲୋଚନାଚକ୍ର, ଫଟୋ ପ୍ରଦର୍ଶନୀ, ସେମାନଙ୍କ ଉପରେ ଲିଖିତ ବିଭିନ୍ନ ପୁସ୍ତକ, ଫଟୋ ଓ ସେମାନଙ୍କ ଦ୍ୱାରା ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ, ଗ୍ରନ୍ଥସୂଚୀ ଆଦି କାର୍ଯ୍ୟକ୍ରମ କରାଯିବ । ଏମ୍‌ଫିଲ୍‌ ଓ ପିଏଚ୍‌ଡି ସ୍ତରରେ ଗବେଷଣା ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିସ୍‌ ଓ କିଟ୍‌ର ସମ୍ପାଦକ ଆର୍‌. ଏନ୍‌ ଦାସ, କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.