Below header

କାବୁଲ ଏୟାରପୋର୍ଟରେ ଭୋକଶୋଷରେ ଛଟପଟ ହେଉଛନ୍ତି ଲୋକେ; ପାଣି ବୋତଲ ଦାମ୍‌ ୩୦୦୦ ଟଙ୍କା, ୭୫୦୦ ଟଙ୍କାରେ ଗୋଟିଏ ପ୍ଲେଟ୍‌ ଭାତ

ତାଲିବାନ ଆତଙ୍କରୁ ବଞ୍ଚିବା ପାଇଁ ଆଫଗାନିସ୍ତାନ ଛାଡ଼ିବା ଆଶାରେ କାବୁଲ ଏୟାରପୋର୍ଟରେ ପହଞ୍ଚୁଥିବା ଲୋକେ ଭୋକଶୋଷରେ ଛଟପଟ ହେଉଛନ୍ତି। ଏୟାରପୋର୍ଟ ବାହାରେ ଖାଦ୍ୟପେୟ ଜିନିଷ ସବୁ ଢେର ଗୁଣା ଅଧିକ ଦାମ୍‌ରେ ବିକ୍ରି ହେଉଛି। ଏତିକି ହିଁ ନୁହେଁ, ଦୋକାନୀମାନେ ଆଫଗାନର ଚଳନ୍ତି ମୁଦ୍ରା ପରିବର୍ତ୍ତେ ଡଲାର ଦାବି କରୁଛନ୍ତି। ଯଦିଓ ଆମେରିକୀୟ ଓ ବ୍ରିଟିଶ ସୈନ୍ୟମାନେ ଆଫଗାନୀମାନଙ୍କୁ ସାହାଯ୍ୟ କରୁଛନ୍ତି, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ପାଖରେ ଖାଦ୍ୟ, ପାନୀୟ ପହଞ୍ଚାଇବା ତାଙ୍କ ପାଇଁ ମୁସ୍କିଲ ହୋଇପଡ଼ୁଛି।

କାବୁଲ ଏୟାରପୋର୍ଟ ବାହାରେ ଗୋଟିଏ ବୋତଲ ପାଣି ୪୦ ଡଲାର ଅର୍ଥାତ୍‌ ପାଖାପାଖି ୩୦୦୦ ଟଙ୍କାରେ ବିକ୍ରି ହେଉଛି। ସେଠି ଗୋଟିଏ ପ୍ଲେଟ୍‌ ଭାତର ଦାମ୍‌ ୧୦୦ ଡଲାର ପାଖାପାଖି ଚାଲୁଛି, ଯାହାକି ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୭୫୦୦ ଟଙ୍କା ହେବ। ସବୁଠୁ ଚକିତ କଲା ଭଳି କଥା ହେଉଛି, ଦୋକାନୀମାନେ ଡଲାରରେ ହିଁ ପେମେଣ୍ଟ କରିବାକୁ ଦାବି କରୁଛନ୍ତି।

ଆଫଗାନିସ୍ତାନ ଛାଡ଼ିବା ଆଶାରେ ଶହ ଶହ ଲୋକ ଏବେ କାବୁଲ ଏୟାରପୋର୍ଟରେ ଅଛନ୍ତି, ଯେଉଁମାନେ କି ଭୋକିଲା ଶୋଷିଲା ଅବସ୍ଥାରେ ଖରାରେ ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି ଏବଂ ଏହି କାରଣରୁ ବେହୋସ୍‌ ହୋଇ ତଳେ ମଧ୍ୟ ପଡ଼ି ଯାଉଛନ୍ତି। ଏହା ସତ୍ତ୍ୱେ ତାଲିବାନୀ ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମାରପିଟ କରୁଛନ୍ତି। ଏଭଳି ମୁସ୍କିଲ ସ୍ଥିତିରେ ଆମେରିକୀୟ ଓ ବ୍ରିଟିଶ ସୈନ୍ୟମାନେ ଆଫଗାନୀଙ୍କୁ ସାହାଯ୍ୟ କରୁଛନ୍ତି। ସୈନିକମାନେ ଏୟାରପୋର୍ଟ ପାଖରେ ଅସ୍ଥାୟୀ ଘର ବନାଇ ରହୁଥିବା ଲୋକଙ୍କୁ ପାଣି ବୋତଲ ଏବଂ ଖାଦ୍ୟ ଦେଉଛନ୍ତି। ଏହାଛଡ଼ା ଆଫଗାନିସ୍ତାନର ଛୋଟ ଛୋଟ ଛୁଆଙ୍କୁ ଚିପ୍ସ ପ୍ୟାକେଟ ବାଣ୍ଟୁଥିବାର ଦେଖାଯାଉଛି।

ଏୟାରପୋର୍ଟ ଭିତରେ ଯଦିଓ ଆମେରିକୀୟ ଓ ବ୍ରିଟିଶ ସୈନ୍ୟମାନେ ଉପସ୍ଥିତ ଅଛନ୍ତି, କିନ୍ତୁ ସେମାନଙ୍କୁ ବାହାରୁ ତାଲିବାନୀମାନେ ଘେରିକି ରହିଛନ୍ତି। ଏୟାରପୋର୍ଟ ରାସ୍ତାରେ ବି ତାଲିବାନୀ ମୁତୟନ ଅଛନ୍ତି। ସେମାନେ ଲୋକଙ୍କୁ ଏୟାରପୋର୍ଟ ପହଞ୍ଚିବାକୁ ରୋକୁଛନ୍ତି ଏବଂ ଯେଉଁ ଲୋକ ସେଠାରେ ପହଞ୍ଚି ସାରିଛନ୍ତି, ସେମାନଙ୍କୁ ମଧ୍ୟ ଧମକ ଚମକ ଦେଉଛନ୍ତି। ଆତଙ୍କୀମାନେ ଲୋକଙ୍କୁ ଏହା ମଧ୍ୟ କହୁଛନ୍ତି କି, ଆମେରିକାଠୁ ସହାୟତା ନେଇ କାହିଁକି କମ୍ୟୁନିଟିକୁ ବଦନାମ କରୁଛ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.