କପଡ଼ା ଦୋକାନକୁ ନିଇତି ଆସୁଛି ଗାଈ, ବିଶ୍ରାମ ନେଇ ପୁଣି ଚାଲିଯାଉଛି, ଭଗବାନ ମାନୁଛନ୍ତି ଲୋକେ

ଆନ୍ଧ୍ର ପ୍ରଦେଶର କଡପା ଜିଲା ମେଦୁକୁର ଅଞ୍ଚଳରେ ଏକ ଗାଈକୁ ନେଇ ବେଶ୍‌ ଚର୍ଚ୍ଚା ଜାରି ରହିଛି। ଗତ ୬ ମାସ ହେବ ଗାଈଟି ଏକ ନିର୍ଦ୍ଦିଷ୍ଟ କପଡ଼ା ଦୋକାନକୁ ନିଇତି ଆସୁଛି। ଏଠାରେ ପାଖାପାଖି ୩ ଘଣ୍ଟା ବିଶ୍ରାମ ନେବା ପରେ ପୁଣି ଚାଲିଯାଉଛି। ଖାସ୍‌ କଥା ହେଉଛି, ଏହି ସମୟରେ ସେ ଦୋକାନ ଭିତର କିଛି ଅପରିଷ୍କାର କରୁନି। ଆଉ ତା’ ଆସିବା ପରଠାରୁ ଦୋକାନରେ ବିକ୍ରି ବଢ଼ିଯାଇଛି।

ଏହାସହ ପଢ଼ନ୍ତୁ: ମାତ୍ର ୯୦ ଟଙ୍କା ଦେଇ କିଣିଥିଲେ ଫୁଲଦାନୀ କିନ୍ତୁ ବିକିଲେ ୪.୪ କୋଟି ଟଙ୍କାରେ, ଜାଣନ୍ତୁ କଣ ରହିଥିଲା ସ୍ୱତନ୍ତ୍ରତା

ଦୋକାନ ମାଲିକଙ୍କ କହିବା ହେଲା, ଗ୍ରୀଷ୍ମ ଋତୁରେ ଦିନେ ଏକ ଗାଈ ହଠାତ୍‌ ତାଙ୍କ ଦୋକାନ ଭିତରକୁ ପଶିଆସିଲା ଏବଂ ପଙ୍ଖା ତଳେ ବସିଗଲା। ଏହାପରେ ସେ ୨/୩ ଘଣ୍ଟା ଆରାମ କରିବା ପରେ ଏଠାରୁ ଚାଲିଗଲା। ପ୍ରଥମେ ପ୍ରଥମେ ଏକ ଗାଈକୁ ଏହିଭଳି ଢଙ୍ଗରେ ଦୋକାନ ଭିତରେ ପଶିଆସିବାର ଦେଖି ଆମେ ଚକିତ ହୋଇଗଲୁ। ତାକୁ ଭଗେଇବାକୁ ଚେଷ୍ଟା କଲୁ। କିନ୍ତୁ ଏହା ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା।

ଏହାସହ ପଢ଼ନ୍ତୁ: ମଝି ରାସ୍ତାରେ କାର ଅଟକାଇ ଯୁବତୀ କଲେ ଏପରି କାଣ୍ଡ, ଦେଖନ୍ତୁ ଭିଡିଓ

ତେବେ ପ୍ରତିଦିନ ଦୋକାନ ଭିତରକୁ ଆସି ଆରାମ କରିବା ଗାଈଟିର ଅଭ୍ୟାସ ହୋଇଯାଇଛି। ପ୍ରଥମେ ଗାଈର ଏଭଳି ହରକତରୁ ଆମକୁ ବ୍ୟବସାୟ ପ୍ରଭାବିତ ହେବ ବୋଲି ଲାଗୁଥିଲା। କିନ୍ତୁ ଏବେ ବେପାର ଆହୁରି ବଢ଼ିଯାଇଛି। ସେପଟେ ଦୋକାନ ମାଲିକଙ୍କ ସ୍ତ୍ରୀ ସବୁଦିନ ଗାଈଟିର ପୂଜା କରୁଛନ୍ତି। ସେ ଗାଈର ଆଗମନକୁ ଶୁଭ ସଙ୍କେତ ବୋଲି ଭାବୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.