ମାଦ୍ୟପ ବ୍ୟକ୍ତିଙ୍କୁ ହତାଶ କରିଦେଉଛି ଲକଡାଉନ, ମଦର ବିକଳ୍ପ ଭାବେ ସାନିଟାଇଜର ପିଇ ଜଣେ ମଦୁଆ କଲା ମୃତ୍ୟୁବରଣ

କେନ୍ୟୁଜ(ବ୍ୟୁରୋ):ସାରାଦେଶରେ ଚାଲିଛି ଲକଡାଉନ। ଏହିସମୟରେ ଦେଖାଯାଇଛି କିଛି ଅଭ୍ୟାସଗତ ମଦ୍ୟପ ମଦ ପିଇବା ପାଇଁ ଚୋରା କାରବାର କରୁଥିବା ଲୋକଙ୍କୁ ଖୋଜୁଛନ୍ତି, କିଏ ଦେଶୀ ମଦ ତ କିଏ ଚୋରାରେ ମିଳୁଥିବା ନକଲି ମଦ ପିଇ ନିଶାଶକ୍ତ ହୋଇ ବଜାରରେ ବୁଲୁଛନ୍ତି । ତେବେ ଏହାରି ଭିତରେ ତାମିଲନାଡୁର ଏକ ଅଦ୍ଭୁତ କାଣ୍ଡ ଭିଆଇ ଥିବା ବ୍ୟକ୍ତିଙ୍କ କଥା ସାମ୍ନାକୁ ଆସିଛି । ମଦ୍ୟପାନ କରିନଥିବାରୁ ହତାଶ ହୋଇ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ଘଟାଇଛନ୍ତି ଏକ ତାଯୁବ କଲା ଭଳି କାଣ୍ଡ । ତାଙ୍କ ନାମ ବର୍ନାର୍ଡ ଓ ସେ ବଜାରରେ ମଦ ନମିଳିବାରୁ ବାଧ୍ୟ ହୋଇ ସାନିଟାଇଜର ପିଇଦେଇଥିବାର ଖବର ମିଳିଛି । ସାନିଟାଇଜର ପିଇସାରିବା ପରେ ସେ ଘରେ ଅସୁସ୍ଥ ହୋଇପଡିଥିଲେ ।

sanitizer death

ଏହାପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ବର୍ନାର୍ଡଙ୍କ ସ୍ତ୍ରୀ ସୂଚନ ଦେଇଛନ୍ତି । ବର୍ନାର୍ଡ ତାମିଲନାଡୁର କୋଏମ୍ବାଟୁରରେ ଏକ ଗ୍ୟାସ ସିଲିଣ୍ଡର ବିତରଣ ବ୍ୟକ୍ତି ଭାବେ କାର୍ଯ୍ୟ କରୁଥିଲେ । ଲକଡାଉନ କାରଣରୁ କିଛି ଦିନ ହେବ ମଦ ପିଇ ପାରିନଥିଲେ ବର୍ନାର୍ଡ । ଯାହା ଫଳରେ ଦିନକୁ ଦିନ ହତାଶ ହୋଇ ପଡୁଥିଲେ । ଏଥିପାଇଁ ମଦର ବିକଳ୍ପ ଭାବେ ସାନିଟାଇଜର ପିଇବା ଆଇଡ଼ିଆ ମୁଣ୍ଡକୁ ଆସିଥିଲା । ତାଙ୍କୁ ସେହି ଗ୍ୟାସ ଏଜେନ୍ସି ଦେଇଥିବା ସାନିଟାଇଜରକୁ ବର୍ନାର୍ଡ ପିଇ ଦେଇଥିଲେ । ପରେ ଡାକ୍ତରଖାନରେ ମୃତ୍ୟୁ ବରଣ କରିଛନ୍ତି ବର୍ନାର୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.