Below header

ଚାକିରି ମିଳିଲାନି ତ ଏମିତି କଲେ ଏମ୍‌ଏ ପାସ୍‌ ମହିଳା

ଲକ୍ଷ୍ନୌ : ବୟସ ୩୬ ବର୍ଷ । ନାଁ ଶିଖା ପାଲ୍‌ । ଲକ୍ଷ୍ନୌର ନିଶାତଗଞ୍ଜ ଠାରେ ଥିବା ଶିକ୍ଷା ନିର୍ଦ୍ଦେଶାଳୟକୁ ଟାର୍ଗେଟ୍‌ କରିଛନ୍ତି ଶିଖା । ଚାକିରି ପାଇଁ ୧୨୦ ଦିନରୁ ଅଧିକ କାଳ ହେବ ଏହି କାର୍ଯ୍ୟାଳୟ ନିକଟରେ ଥିବା ଏକ ପାଣି ଟାଙ୍କି ଉପରେ ରହୁଛନ୍ତି । ତାଙ୍କୁ ସରକାରୀ ପଦବିରେ ନିଯୁକ୍ତି ଦେବାକୁ ଦାବି କରି ପ୍ରତିବାଦ କରୁଛନ୍ତି ।

ଶିଖା ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରି ଚାକିରି ପାଇଁ ଅବେଦନ କରିଥିଲେ । ସରକାର ଖାଲିଥିବା ୬୯ ହଜାର ପଦବି ପାଇଁ ଦରଖାସ୍ତ ଆହ୍ଵାନ କରିଥିଲେ । ସେଥିରୁ ନିକଟରେ ନିଯୁକ୍ତି ପରେ ଆଉ ୨୨ ହଜାର ପଦବି ଖାଲି ପଡ଼ିଛି । ତେବେ ତାଙ୍କୁ ଚାକିରି ମିଳିଲା ନାହିଁ । ତାଙ୍କ ପରିବାର ଶିଖାଙ୍କ ଉପରେ ନିର୍ଭର କରେ । ତେଣୁ ତାଙ୍କର ନିହାତି ଚାକିରି ଦରକାର । ତେବେ କେହି ତାଙ୍କ କଥା ନଶୁଣିବାରୁ ସେ ଗଣତାନ୍ତ୍ରିକ ଉପାୟରେ ଏଭଳି ପ୍ରତିବାଦ ଜଣାଉଛନ୍ତି । ପାଣି ଟାଙ୍କି ଉପରେ ଏ ହାଡ଼ଭଙ୍ଗା ଶୀତରେ ସେ ଦିନରାତି ବସି ରହୁଛନ୍ତି । କେବଳ ଶୌଚ କାମ ପାଇଁ କିଛି ସମୟ ତଳକୁ ଓହ୍ଲାଉଛନ୍ତି । ଏମିତିକି ପାଓ୍ଵାରବ୍ୟାଙ୍କ ଜରିଆରେ ନିଜ ମୋବାଇଲ୍‌ ଚାର୍ଜ କରୁଛନ୍ତି ଶିଖା ।

ତାଙ୍କ ମା ସମ୍ପୂର୍ଣ୍ଣ ଭାବେ ତାଙ୍କ ଉପରେ ନିର୍ଭର କରୁଥିବାରୁ ଶିଖା ଯେକୌଣସି ଶିକ୍ଷକ ଚାକିରି ଖଣ୍ଡିଏ ଚାହୁଁଛନ୍ତି । ଏମିତିକି ପ୍ରାଇମେରୀ ସ୍କୁଲର ଶିକ୍ଷକ ଭାବେ ମଧ୍ୟ କାମ କରିବାକୁ ରାଜି ଅଛନ୍ତି । ତେବେ ଏସବୁ ସତ୍ତ୍ୱେ ସେ ୧୨୦ ଦିନରୁ ଅଧିକ ସମୟ ହେବ ପାଣି ଟାଙ୍କି ଉପରେ ବସି ରହିଛନ୍ତି ଆଉ କୌଣସି ସରକାରୀ ଅଧିକାରୀ ତାଙ୍କ ପାଖ ମାଡ଼ି ନାହାନ୍ତି । ଅବଶ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଛନ୍ତି କି ଆମେ ତାଙ୍କ ସହ ଆଲୋଚନା କରିବାକୁ ରାଜି ଅଛୁ । ତାଙ୍କ ସ୍ଥିତିକୁ ନେଇ ଆମର ସହାନୁଭୂତି ରହିଛି । ହେଲେ ଏଭଳି ଭାବେ ସେ ପ୍ରତିବାଦ କରିବା ଉଚିତ ନୁହେଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.