ଦୁଇଟି ଡୋଜ୍‌ ଟୀକା ନେବା ପରେ ବି କାହିଁକି ଓମିକ୍ରନରେ ପଜିଟିଭ୍‌ ହେଉଛନ୍ତି ଲୋକ ଜାଣନ୍ତୁ

ଭାରତରେ ଏବେ ପର୍ଯ୍ୟନ୍ତ କରୋନାର ନୂଆ ଭେରିଏଣ୍ଟ ଓମିକ୍ରନର ଅନେକ ମାମଲା ଏବେ ସାମ୍ନାକୁ ଆସିଲାଣି। ଏମାନଙ୍କ ମଧ୍ୟରୁ ଏମିତି ଅନେକ ଅନେକ ଲୋକ ଅଛନ୍ତି ଯେଉଁମାନେ ଭ୍ୟାକ୍ସିସିନର ଦୁଇଟି ଡୋଜ ନେଇ ସାରିଛନ୍ତି ଏବଂ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ବି ନାହିଁ କିନ୍ତୁ ଏସବୁ ପରେ ବି ଓମିକ୍ରନ ପଜିଟିଭ ଚିହ୍ନଟ ହେଉଛନ୍ତି ଲୋକେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଓମିକ୍ରନ ମାମଲା ଲଗାତର ଭାବରେ ବଢ଼ି ବଢ଼ି ଚାଲିଛି।

ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ ବିଶେଷଜ୍ଞ ମାନେ କହିଛନ୍ତି ଯେ ଏବେ ଟିକାକରଣ ଅଭିଯାନ ଚାଲିଛି କିନ୍ତୁ ତାପରେ ବି ଲୋକଙ୍କୁ ସତର୍କ ରହିବା ବହୁତ ଜରୁରୀ। ଫୁଲି ଭ୍ୟାକ୍ସିନେଟେଡ ଲୋକ ମଧ୍ୟ ପଜିଟିଭ ଚିହ୍ନଟ ହେଉଛନ୍ତି। ଆସନ୍ତା ୩-୪ ମାସ ଏହି ମାମଲା ଆହୁରି ବୃଦ୍ଧି ପାଇବ। ଲୋକଙ୍କୁ ଏହା ବୁଝିବା ନିହାତି ଆବଶ୍ୟକ ଯେ କୋଭିଡ ଟୀକାକରଣ ଦ୍ୱାରା ପଜିଟିଭ୍‌ ହେବାକୁ ରୋକା ଯାଇହେବନି। ହସପିଟାଲରେ ଭର୍ତ୍ତି ହେବା ପରେ ହିଁ ଯାଇ ଆପଣ ଏଥିରୁ ଆରୋଗ୍ୟ ପାଇପାରିବେ।

ଓମିକ୍ରନକୁ ରୋକିବା ପାଇଁ କୋଭିଡ ପ୍ରୋଟୋକୋଲର ସମସ୍ତ ନିୟମର ପାଳନ କରୁଛନ୍ତି ଅଧିକାରୀ। କିନ୍ତୁ ଏହାପରେ ମଧ୍ୟ ଓମିକ୍ରନ ମାମଲା ବଢ଼ି ବଢ଼ି ଚାଲିଛି। ଡାକ୍ତରଙ୍କ କହିବା କଥା ଯେ ସବୁଠାରୁ ଅଧିକ ଚିନ୍ତା ଏହି କଥାକୁ ନେଇ ଯେ ବିନା କୌଣସି ଟ୍ରାଭେଲ ହିଷ୍ଟ୍ରୀ ଲୋକ ମଧ୍ୟ ସଂକ୍ରମିତ ହେଉଛନ୍ତି। ଆଉ ଏହି ଘଟଣା ଏହା ସୂଚିତ କରୁଛି ଯେ ଏହା ଏବେ କମ୍ୟୁନିଟୀ ବା ସମୂଦାୟରେ ବି ବ୍ୟାପିବାରେ ଲାଗିଲାଣି।

ଆପଣ ସମସ୍ତେ ଜାଣିଛନ୍ତି ଯେ ଅନେକ ଦେଶରେ ଭ୍ୟାକ୍ସିନେସନ ପରେ ନିଜର ବୁଷ୍ଟର ଡୋଜ୍‌ ଦେବା ଆରମ୍ଭ କରିଦେଇଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ଆନୁଆଲ ସଟ୍‌ ଦେବା ପାଇଁ କଥାବାର୍ତ୍ତା ଚାଲୁଛି। ଭାରତ ଏବେ ଏହାର ଅପେକ୍ଷା କରିଛି। ଏଥିପାଇଁ ଆପଣଙ୍କୁ କୋଭିଡ ପ୍ରୋଟକଲର ପାଳନ କରିବା ଉଚିତ ଏବଂ ଭିଡ ଭିତରକୁ ଯିବା ଠାରୁ ଦୂରେଇ ରୁହନ୍ତୁ। ସବୁବେଳେ ମାସ୍କ ପିନ୍ଧି ବାହାରକୁ ବାହାରିବା ଉଚିତ ଏବଂ କୋଭିଡର ସମସ୍ତ ନିୟମକୁ ପାଳନ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.