Below header

ପରିତ୍ୟକ୍ତ ଘରୁ ଉଦ୍ଧାର ହେଲା ଛଅ ବର୍ଷ ବୟସର ଶିଶୁକନ୍ୟା, ଧର୍ଷଣ ପରେ ଫିଙ୍ଗି ଦେଇଥିଲା ଦୁର୍ବୁତ୍ତ

ଡମୋହ(ଏମ୍‌ପି) : ବେଳେ ବେଳେ ଏପରି ଲୋମହର୍ଷଣକାରୀ ଖବର ନଜରକୁ ଆସେ ଯାହାକୁ କୈାଣସି ବି ଭଦ୍ର ସମାଜ ପାଇଁ ଶୁଣିବା କଷ୍ଟକର ହୋଇ ପଡ଼ିବ । ଏପରି ଏକ ଘୃଣ୍ୟ ଘଟଣା ଘଟିଯାଇଛି ମଧ୍ୟପ୍ରଦେଶର ଡମୋହ ଜିଲ୍ଲାରେ । ଜଣେ ଦୁର୍ବୃତ୍ତ ଏକ ଛଅ ବର୍ଷ ବୟସର ଶିଶୁକନ୍ୟାକୁ ଉଠେଇ ନେଇ ଧର୍ଷଣ ପରେ ଏକ ପରିତ୍ୟକ୍ତ ଘରେ ଫିଙ୍ଗି ଦେଇଥିବା ଜଣାଯାଇଛି ।

ସୂଚନାନୁଯାୟୀ, ଜେବେରା ତହସିଲ୍‌ ନିକଟ ଏକ ଗାଁରେ ଉକ୍ତ ଶିଶୁକନ୍ୟାଟି ସନ୍ଧ୍ୟା ସମୟରେ ବାହାରେ ଖେଳୁଥିଲା । ନିରୋଳା ସମୟର ସୁଯୋଗ ନେଇ ଦୁର୍ବୃତ୍ତ ଶିଶୁକନ୍ୟାକୁ ଉଠାଇ ନେଇଥିଲା ।

ଗାଁ ଠାରୁ ୫୦ କି.ମି ଦୂର ଏକ ପରିତ୍ୟକ୍ତ ଘରେ ଉକ୍ତ ଶିଶୁକନ୍ୟାକୁ ଧର୍ଷଣ କରିବା ପରେ ଫିଙ୍ଗି ଦେଇଯାଇଥିଲା । ଦୁର୍ବୃତ୍ତ ମାଡ଼ ମାରି ଶିଶୁକନ୍ୟାର ଆଖି ନଷ୍ଟ କରିଦେଇଥିବା ଜଣାଯାଇଛି ।

ପୋଲିସ୍‌ ଦୁର୍ଘଟଣା ସ୍ଥଳରୁ ଶିଶୁକନ୍ୟାକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଜବଲପୁର ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଡାକ୍ତରି ଟିମ୍‌ ଚିକିତ୍ସା ଜାରି ରଖିଥିବା ବେଳେ ଆଖି ନଷ୍ଟ ହୋଇଯିବା ଆଶଙ୍କ। ଅଛି ବୋଲି ପ୍ରକାଶ କରିଛନ୍ତି ।

ଦୁର୍ବୃତ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଦୁର୍ବୃତ୍ତ ପାଖା ପାଖି ସ୍ଥାନର ବୋଲି ପୋଲିସ ସନ୍ଦେହ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.