ଘରୋଇ କଳିର କରୁଣ ପରିଣତି, ବାପାର ଏସିଡ୍ ମାଡ଼ରେ ପୁଅ ଗୁରୁତର

ଫୁଲବାଣୀ(କେନ୍ୟୁଜ): ପୁଣିଥରେ ଘରୋଇ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତର କୁଟିଗଡରେ ବାପା ନିଜ ପୁଅ ଉପରକୁ ଏସିଡ୍ ପକାଇବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ।

ଏବେ ସବୁଆଡେ ଲକଡାଉନ ଚାଲିଥିବାରୁ କୌଣସି କାମ ଧନ୍ଦାକୁ ଯାଇ ପାରୁନଥିବା ଲୋକଙ୍କୁ ସରକାରଙ୍କ ତରଫରୁ ଆଗୁଆ ଚାଉଳ ଓ ଏକ ହଜାର ଟଙ୍କା ମିଳୁଛି । ଏହି ଟଙ୍କାକୁ ପୁଅ ଅରକ୍ଷିତ ନାୟକ ବାପାଙ୍କୁ ଟଙ୍କା ନ ଦେବାରୁ ରାଗରେ ବାପା ସନାତନ ନାୟକ ଏସିଡ୍ ପକାଇଛି। ଏସିଡ୍‌ ମାଡରେ ଗୁରୁତର ହୋଇଥିବା ଅରକ୍ଷିତଙ୍କୁ ପ୍ରଥମେ ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ରାଜ୍ୟ ସରକାର ଘରୋଇ ହିଂସାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ସତ୍ତ୍ୱେ ଏହିପରି ଘଟଣା ଥମିବାର ନାଁ ଧରୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.