ଲାକ୍ଷାଦ୍ୱୀପକୁ ଯିବାକୁ ଚାହୁଁଛନ୍ତି କି, ତେବେ ସାଥୀଙ୍କୁ ସାଥିରେ ନିଶ୍ଚୟ ନିଅନ୍ତୁ

ଯଦି ଆପଣ କୌଣସି ସୁନ୍ଦର ସ୍ଥାନ ଭ୍ରମଣ କରିବାକୁ ଚାହାନ୍ତି ଆଉ ନିଜ ବ୍ୟସ୍ତବହୁଳ ଜୀବନରୁ ଟିକେ ଫୁରସତ ଚାହାନ୍ତି ତେବେ ଆମେ କହିବୁ ନିଶ୍ଚୟ ଯାଆନ୍ତୁ ଲାକ୍ଷା ଦ୍ୱୀପକୁ । ଅର୍ଥାତ ଲକ୍ଷ ଲକ୍ଷ ଦ୍ୱୀପର ସ୍ଥାନକୁ । ଏହି ଦ୍ୱୀପ ମାନଙ୍କ ଭିତରେ କଳ୍ପେନୀ ଦ୍ୱୀପ ଏକ ସ୍ଥାନ ରହିଛି ଯେଉଁଠି ଏହାକୁ କୌଇଫୈନି ବୋଲି ମଧ୍ୟ କୁହାଯାଇଥାଏ । ଏହି ସ୍ଥାନ ସୁନ୍ଦର ନଜାରାରେ ପରିପୂର୍ଣ୍ଣ । ଯାହାର ମଜା ଉଠାଇପାରିବେ ଦର୍ଶକ ।

ଅଗତ୍ତି ଆୟରଲ୍ୟାଣ୍ଡ ଏକ ଏଭଳି ଜାଗା ରହିଛି ଯେଉଁଠି ଅନେକ ରୋମାଞ୍ଚ ପୂର୍ଣ୍ଣ ଦୃଶ୍ୟ ଆପଣ ଦେଖିବାକୁ ପାଇବେ । ଏହା ଯଦିଓ ଅନ୍ୟଦ୍ୱୀପ ତୁଳନାରେ ଛୋଟ କିନ୍ତୁ ଏହାକୁ କାଫି ପସନ୍ଦ କରନ୍ତି ପର୍ଯ୍ୟଟକ । ଏହା ପାଖାପାଖି ୮କିଲୋମିଟର ମଧ୍ୟରେ ଅଟେ ।

ବାଙ୍ଗରମ ଦ୍ୱୀପ ଏହି ସ୍ଥାନ ମହାସାଗରର ସଫା ନୀଳ ପାଣି ମଧ୍ୟରେ ଅବସ୍ଥିତ । ଏଠାକାର ଦୃଶ୍ୟ କାଫି ମନୋରମ । ଏହି ଦ୍ୱୀପ ପୁରାତନ ମୁଙ୍ଗା ଚଟ୍ଟାଣ ପାଇଁ ଜଣାଯାଏ । ଏଠାକାର ସ୍ଥାନ ଏତେ ମୁଗ୍ଧକର ଯେ ଏଠାରୁ ଆପଣ ଯିବାକୁ ଚାହିଁବେନି ।

ଲାକ୍ଷାଦ୍ୱୀପର କଦମତ ହେଉଛି ପ୍ରମୁଖ ପର୍ଯ୍ୟଟନ ସ୍ଥଳ । ୯କିଲୋମିଟର ବ୍ୟାପି ଏହି ଦ୍ୱୀପ ଆପଣଙ୍କୁ ଶାନ୍ତି ଦେବ ନିଶ୍ଚୟ । ଏଠାକାର ମନ ମୁଗ୍ଧକର ଦୃଶ୍ୟ ହେଉଛି ସ୍‌ୂର୍ଯ୍ୟୁଦୟ ଏବଂ ସୂର୍ଯ୍ୟସ୍ତ । ଯାହା ଅତି ସୁନ୍ଦର ଭାବରେ ମହାସାଗରରେ ବିଛୁରିତ ହୋଇ ପଡିଥାଏ । ଏଠି ବହୁ ସଂଖ୍ୟାରେ ପର୍ଯ୍ୟଟକ ଦେଖିବାକୁ ମିଳନ୍ତି ।

ଅନ୍ଦ୍ରେଟି ଦ୍ୱୀପ ଲାକ୍ଷାଦ୍ୱୀପର ଶାନ୍‌ ବୋଲି କୁହାଯାଏ । ଏହାର ଚିତ୍ର ଆପଣଙ୍କୁ ସେଠାକୁ ଯିବାକୁ ଟାଣିନେବ ନିଶ୍ଚୟ । ଏହା ସବୁଠୁ ବଡ ଦ୍ୱୀପ ଅଟେ । ଏଠାକୁ ଥରେ ଆସିଲେ ଆପଣ ନିଶ୍ଚୟ ସବୁ ସ୍ଥାନ ଦେଖିବାକୁ ଚାହିଁବେ । ଏହା ଅତ୍ୟନ୍ତ ବିଳାସମୟ ସ୍ଥାନ । ଏଠାକୁ ଯଦି ଆସୁଛନ୍ତି ନିଶ୍ଚୟ ନିଜ ସାଥୀ ସହ ଆସନ୍ତୁ ଆଉ ଏହାକୁ ନିଜ ମେମୋରୀ ବୁକରେ ସାମିଲ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.