ଦୁଃଖଦାୟକ ଘଟଣା : ହସପିଟାଲରେ ଆମ୍ବୁଲାନ୍ସ ନମିଳିବାରୁ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ସ୍ୱାମୀ ଚାଲିଲେ ମଶାଣି

ଦେଶ ଯେତେ ବିକାଶ ଆଡକୁ ଗଲେ ମଧ୍ୟ ମନୁଷ୍ୟର ମାନସିକତା ବଦଳି ନାହିଁ । ବ୍ୟକ୍ତି ବ୍ୟକ୍ତିକୁ ସାହାଯ୍ୟ କରିବାର ମନୋଭାବ ଧିରେ ଧିରେ ସମାଜରୁ ଶେଷ ହୋଇଯାଉଛି । କେହି କାହା ପାଇଁ ଚିନ୍ତା କରିବାକୁ ସମୟ ନାହିଁ । ବେଳେ ବେଳେ ଏମିତି ହୃଦୟ ବିଦାରକ ଘଟଣା ଆଖି ସାମ୍ନାକୁ ଆସେ ଯାହାକୁ ଦେଖିଲେ ବିଶ୍ୱାସ କରି ହୁଏନି । ବିହାର ବୈଶାଲି ଜିଲ୍ଲା ସଦର ହସପିଟାଲରେ ଘଟିଛି ଏପରି ଦୁଃଖଦ ଘଟଣା ।

ଜଣେ ବ୍ୟକ୍ତିଙ୍କ ପତ୍ନୀ ହସପିଟାଲରେ ମୃତ୍ୟୁ ହୋଇଯିବା ନେଇ ଡାକ୍ତର ଘୋଷଣା କରିବା ପରେ ବ୍ୟକ୍ତି ଜଣକ ସରକାରୀ ଆମ୍ବୁଲାନ୍ସ ପାଇଁ ଦୀର୍ଘ ସମୟ ଅପେକ୍ଷା କଲେ । ହେଲେ ତାଙ୍କୁ ଆମ୍ବୁଲାନ୍ସ ମିଳିବା ନେଇ କୌଣସି ସହାୟତା ମିଳିଲା ନାହିଁ । ଶେଷରେ ବ୍ୟକ୍ତି ଜଣକ ନିଷ୍ପତ୍ତି ନେଲେ ପତ୍ନୀଙ୍କୁ କାନ୍ଧରେ ନେବାକୁ ।

ଶେଷରେ ତାହା ହିଁ କଲେ ମୃତ ପତ୍ନୀଙ୍କୁ ନିଜ କାନ୍ଧରେ ବୋହି ମଶାଣିକୁ ନେଇଗଲେ । ବ୍ୟକ୍ତି ଜଣକ ପତ୍ନୀଙ୍କୁ କାନ୍ଧରେ ବୋହି ମଶାଣିକୁ ନେଉଥିବା ବେଳେ ଏହାକୁ ବହୁ ଲୋକ ଦେଖୁଥିଲେ ମଧ୍ୟ କେହି ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ । ମାନବତାର ଏପରି ଲଜ୍ଜାକର କଥା ଦେଖିବାକୁ ମିଳିଥିଲା ବିହାରର ବୈଶାଳି ଜିଲ୍ଲାରେ ।

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସମ୍ମାନର ସହ ତାଙ୍କର ଅନ୍ତେଷ୍ଟି କାର୍ଯ୍ୟ ହେବା କଥା । ଦେଶର ଆଇନରେ ମଧ୍ୟ କୁହାଯାଇଛି ଯେ ମୃତ ବ୍ୟକ୍ତିଙ୍କୁ ଶେଷ ସମ୍ମାନ ଦିଆଯିବା କଥା । ହେଲେ ଆମ ସରକାରୀ କଳ ଓ ପ୍ରଶାସନର ଉତ୍ତରଦାୟୀତ୍ୱରେ କେଉଁଠି ନା କେଉଁଠି ତ୍ରୁଟି ଯୋଗୁ ଏପରି ଘଟଣା ଦେଶରେ ବାରମ୍ବାର ଦେଖିବାକୁ ମିଳୁଛି ।

ଏପରି ଘଟଣା ଘଟୁଥିବା ବେଳେ କେହି ଜଣେ ଏହାର ଭିଡିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଦେଇଥିଲେ । ଯାହା ଏବେ ଭାଇରାଲ ହୋଇଛି । ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିବା ପରେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ସତେ ଯେପରି ମାନବିକତା ଦେଶରୁ ଲୋପ ପାଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.