‘ଆପଣ ନିଜକୁ ପରଫେକ୍ସନିଷ୍ଟ କହୁଛନ୍ତି, ପ୍ରକୃତିର ପୂର୍ଣ୍ଣତାକୁ ଏଠାରେ ଦେଖନ୍ତୁ’, ୨୧ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ସୋସିଆଲ ମିଡିଆରେ ଏକ ବୁଢ଼ିଆଣୀ ଜାଲ ବୁଣୁଥିବାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ୨୧ ସେକେଣ୍ଡର ଏହି ଭିଡିଓରେ ବୁଢ଼ିଆଣୀ ଅତି କୁଶଳତାର ସହ ଜାଲ ବୁଣୁଥିବା ଦେଖାଯାଉଛି। ଏହା ଲଗାତାର ଭାବେ ଜାଲ ବୁଣିଚାଲିଛି। ଭିଡିଓକୁ ଆଇଏଫ୍‌ଏସ୍‌ ଅଫିସର ପ୍ରବୀଣ କାସବାନ ଟୁଇଟରରେ ଶେୟାର କରିଛନ୍ତି। ସେ କ୍ୟାପସନ ଲେଖିଛନ୍ତି ଯେ ‘ଆପଣ ନିଜକୁ ପରଫେକ୍ସନିଷ୍ଟ କହୁଛନ୍ତି। ପ୍ରକୃତିର ପୂର୍ଣ୍ଣତାକୁ ଏଠାରେ ଦେଖନ୍ତୁ’।

ପ୍ରବୀଣଙ୍କ ଏହି ପୋଷ୍ଟ ଭାଇରାଲ ହୋଇଯାଇଥିଲା। ମାତ୍ର କିଛି ଘଣ୍ଟା ଭିତରେ ଏହାକୁ ୩ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ସେହିପରି କିଛି ୟୁଜର କହିଥିଲେ, ‘ଏହି ସୁନ୍ଦର ଭିଡିଓକୁ ଶେୟାର କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ଏଭଳି ଭିଡିଓ ପୂର୍ବରୁ କେବେ ଆମେ ଦେଖି ନ ଥିଲୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.