Below header

ଏମିତି କ’ଣ ହେଲା ଯେ ୧୬ ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ବଦଳାଇଲେ ସୋସିଆଲ ମିଡିଆ ଛାଡ଼ିବା ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆ ଛାଡ଼ିବାକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଖୋଦ୍‌ ମୋଦି। ମୋଦି କହିଛନ୍ତି ସେ ସୋସିଆଲ ମିଡିଆ ଆକାଉଣ୍ଟ ଛାଡ଼ିବେ ନାହିଁ। ଏନେଇ ସେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି, ମାର୍ଚ୍ଚରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେ ନିଜ ଆକାଉଣ୍ଟକୁ ସେହି ମହିଳାଙ୍କୁ ଉତ୍ସର୍ଗ କରିବେ ଯାହାଙ୍କ କାର୍ଯ୍ୟ ଓ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଏନେଇ ସେ ନିଜ ଟ୍ଵିଟରରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ କାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଟି ଟ୍ଵିଟ୍‌ କରି ସୋସିଆଲ ମିଡିଆ ଛାଡ଼ିବେ ବୋଲି କହିଥିଲେ। ସେ କହିଥିଲେ ଯେ ସେ ଏହି ରବିବାର ସବୁଦିନ ପାଇଁ ସୋସିଆଲ ମିଡିଆକୁ ଗୁଡବାଏ କହିବେ। ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ରେ ଲେଖିଥିଲେ ଯେ ସେ ନିଜ ଫେସ୍‌ବୁକ୍‌, ଟ୍ଵିଟର, ଇନ୍‌ଷ୍ଟାଗ୍ରାମ ଓ ୟୁଟ୍ୟୁବ୍‌କୁ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି।

ତେବେ ମୋଦିଙ୍କ ଏହି ପୋଷ୍ଟ ଉପରେ କମେଣ୍ଟ କରି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଲେଖିଥିଲେ ଯେ ନିନ୍ଦା କରୁଥିବା ଲୋକଙ୍କୁ ଛାଡ଼ନ୍ତୁ ସୋସିଆଲ ମିଡିଆକୁ ନୁହେଁ।

କେବଳ ରାହୁଲ ଗାନ୍ଧୀ ନୁହେଁ ଅମୃତ ଫର୍ଣ୍ଣାଣ୍ଡିସ୍‌, ଅଖିଳେଶ ଯାଦବ, ରଣଦୀପ ସିଂହ ସୂର୍ଯ୍ୟେଓ୍ଵାଲା ମଧ୍ୟ ମୋଦିଙ୍କୁ ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.