Below header

ମହିଳା ଶ୍ରଦ୍ଧାଳୁ ହାତ ଭିଡ଼ି ଦେବାରୁ ରାଗରେ ଜଳିଉଠିଲେ ପୋପ୍‌, କଲେ ଏଭଳି କାମ, ଭିଡିଓ ଭାଇରାଲ

ଇସାଇ ଧର୍ମରେ ତାଙ୍କ ଧର୍ମଦେବତାଙ୍କ ଉପରେ ପୋପ୍‌ଙ୍କୁ ହିଁ ସର୍ବୋଚ୍ଚ ବୋଲି ବିଶ୍ୱାସ କରାଯାଏ। ପୋପ୍‌ଙ୍କ ଏକ ଝଲକ୍‌ ପାଇବାକୁ ଲୋକେ ଆତୁର ହୋଇ ରହିଥାଆନ୍ତି। ତାଙ୍କୁ ଶ୍ରଦ୍ଧାଳୁମାନେ ଶାଳୀନ ଏବଂ ସୋମ୍ୟ ବୋଲି ବୁଝିଥାଆନ୍ତି।

po4

କିନ୍ତୁ ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଘଟଣାଟି ହେଲା, ପୋପ୍‌ ଫ୍ରାନ୍ସିସ୍‌ ସାମୂହିକ ପ୍ରାର୍ଥନାର ଏକ କାଯ୍ୟର୍କ୍ରମ ସମୟରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କ ହାତକୁ ଚାପୁଡ଼ା ମାରିଛନ୍ତି।

po1

ଭିଡିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ଭିଡ଼ ଭିତରେ ଛିଡ଼ା ହୋଇଛନ୍ତି। ପୋପ୍‌ ଫ୍ରାନ୍ସିସ୍‌ ତାଙ୍କୁ ଭେଟିବାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ସହ ହାତ ମିଳାଇ ସେମାନଙ୍କୁ ଅଭିବାଦନ କରୁଛନ୍ତି। ଏହି ସମୟରେ ଉକ୍ତ ମହିଳା ପୋପ୍‌ଙ୍କ ହାତକୁ ଧରି ଜବରଦସ୍ତ ନିଜ ଆଡ଼କୁ ଭିଡ଼ୁଛନ୍ତି। ଆଉ ପୋପ୍‌ ହାତ ଛଡ଼େଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମହିଳା ଯେତେବେଳେ ହାତ ଛାଡ଼ୁନାହାନ୍ତି, ସେତେବେଳେ ପୋପ୍‌ ରାଗି ଉଠି ତାଙ୍କ ହାତକୁ ଚାପୁଡ଼ା ମାରୁଛନ୍ତି।


କିନ୍ତୁ ପରେ ପୋପ୍‌ ଫ୍ରାନ୍ସିସ୍‌ କ୍ଷମା ପ୍ରାର୍ଥନା କରିଥିଲେ। ସାମୂହିକ ପ୍ରାର୍ଥନା ପୂର୍ବରୁ କ୍ୟାଥୋଲିକ୍‌ ଚର୍ଚ୍ଚରେ ସେ କହିଥିଲେ, ‘ଆମେ ବହୁ ବାର ନିଜର ହିତାହିତ ଜ୍ଞାନ ହରାଇ ବସିଥାଉ। ମୋ ସହିତ ବି ଏମିତି ହୋଇଥାଏ। ମୁଁ କାଲି ଏଭଳି ଏକ ଘଟଣା ପାଇଁ କ୍ଷମା ମାଗୁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.