Below header

କର୍ତ୍ତବ୍ୟ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ : ଯୋଗୀଙ୍କ କାର୍ଯ୍ୟକ୍ରମରେ ପିଲାକୁ କୋଳରେ ଧରି ନିଜର ଦାୟିତ୍ୱ ସମ୍ପାଦନ କଲେ ମହିଳା କନେଷ୍ଟବଳ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଶହ ଶହ ପୁଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିଥିଲେ। କିନ୍ତୁ ଶିଶୁପୁତ୍ରକୁ କୋଳରେ ଧରିଥିବା ଜଣେ ମହିଳା କନଷ୍ଟେବଳଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭିଡ଼କୁ ସମ୍ଭାଳିବା ସହ କୋଳରେ ଧରିଥିବା ନିଜ ପୁଅ କଥା ବୁଝିବାରେ ହେଳା କରି ନଥିଲେ ମହିଳା କନଷ୍ଟେବଳ। ଏଭଳି ଦୃଶ୍ୟ କିଛି ନୂଆ ନୁହେଁ ସତ, କିନ୍ତୁ ମହିଳା କନଷ୍ଟେବଳଙ୍କ ଏଭଳି କାମ ଅନେକଙ୍କୁ ପୁଣି ଥରେ ପ୍ରେରଣା ଦେବାରେ ସାହାଯ୍ୟ କରିଛି। ମହିଳା କନଷ୍ଟେବଳଙ୍କ ନାଁ ପ୍ରୀତି ରାଣୀ ବୋଲି ଜଣା ପଡ଼ିଥିବା ବେଳେ ଘରେ ତାଙ୍କର ସ୍ୱାମୀ ନ ଥିବାରୁ ସେ ବାଧ୍ୟ ହୋଇ ନିଜ ପୁଅକୁ ଧରି ଡିୟୁଟିରେ ପହଞ୍ଚିଥିବା କହିଛନ୍ତି।

cm

ପ୍ରୀତି ରାଣୀଙ୍କ କହିବା ମୁତାବକ, ତାଙ୍କ ସ୍ୱାମୀଙ୍କର ପରୀକ୍ଷା ଥିବାରୁ ସେ ପିଲାକୁ ଘରେ ଛାଡି ଆସିବା ସମ୍ଭବ ନଥିଲା। ତେବେ ନୋଏଡାଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଜନସଭା ଥିବା ବେଳେ ସୁରକ୍ଷା ପାଇଁ ପ୍ରୀତି ରାଣୀଙ୍କୁ ଭିଭିଆଇପି ଡିୟୁଟି ଦିଆଯାଇଥିଲା। ପୁଅ ସହ କାମକୁ ମଧ୍ୟ ଅଣଦେଖା କରିବା ଅସମ୍ଭବ ଥିବାରୁ ରାଣୀ ନିଜ ପୁଅକୁ ଧରି କାର୍ଯ୍ୟସ୍ଥଳରେ ପହଞ୍ଚିଥିଲେ। ପୁଅକୁ କୋଳରେ ଧରି ସେ ନିଜର ଦାୟିତ୍ୱ ସୂଚାର ରୂପେ ତୁଲାଇ ଥିଲେ। ଜନସଭାରେ ସମସ୍ତଙ୍କ ନଜର ରାଣୀଙ୍କ ଉପରେ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.