Below header

କରୋନା ଭୟ: ଶ୍ରୀଲଙ୍କା ଗସ୍ତରେ ଅନ୍ୟ ଖେଳାଳିଙ୍କ ସହ ହାତ ମିଳାଇବେନି ଇଂଲଣ୍ଡ ଖେଳାଳି, ଟିମ୍‌ ଅଧିନାୟକ କହିଲେ ଏଭଳି କଥା

ଘାତକ କରୋନା ଭାଇରସ୍‌ର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ିଛି। ଏବେ ଇଂଲଣ୍ଡର କ୍ୟାପ୍‌ଟେନ ଜୋ ରୁଟ୍‌ ସୂଚନା ଦେଇଛନ୍ତି କି, ତାଙ୍କ ଟିମ୍‌ର ଖେଳାଳିମାନେ ଶ୍ରୀଲଙ୍କା ଗସ୍ତ ସମୟରେ ଅନ୍ୟ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ। ୨୯ ବର୍ଷୀୟ ରୁଟଙ୍କୁ କରୋନା ଭାଇରସ୍‌ ସହ ଜଡ଼ିତ କିଛି ପ୍ରଶ୍ନ ପଚରାଯାଇଥିଲା। ଇଂଲଣ୍ଡର ଟିମ୍‌ ଦୁଇଟି ଟେଷ୍ଟ ସିରିଜ୍‌ ପାଇଁ ଶ୍ରୀଲଙ୍କା ଟୁର୍‌ରେ ଯାଉଛି। କ୍ୟାପଟେନ୍‌ ରୁଟ୍‌ କହିଥିଲେ, ହାତ ମିଳାଇବା ଜାଗାରେ ଖେଳାଳିମାନେ ପରସ୍ପରକୁ ମୁଷ୍ଟି ମାରି ଅଭିବାଦନ କରିବେ।

d2

ନିକଟରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ପ୍ରଥମ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଟିମ୍‌ର କିଛି ସଦସ୍ୟ ପେଟ ଯନ୍ତ୍ରଣା ଏବଂ ଫ୍ଲୁ ଜନିତ ସମସ୍ୟାରେ ପଡ଼ିଥିଲେ। ତେଣୁ ରୁଟ୍‌ କହିଥିଲେ, ‘ଆମ ମେଡିକାଲ ଟିମ୍‌ କୌଣସି ମତେ ଭାଇରସ୍‌ ଏବଂ ବ୍ୟାକ୍ଟେରିଆ ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦେଇଛି। ଆମେ ଜୀବାଣୁ ନିରୋଧୀ ଜେଲ୍‌ରେ ନିୟମିତ ରୂପେ ହାତ ଧୋଇବୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.