Below header

ଦ୍ୱିତୀୟ ଭଗବାନଙ୍କ ଭୁଲ ! ଅପରେସନ ପରେ ପେଟରେ ଛାଡିଦେଲେ ତଉଲିଆ ଓ ବ୍ୟାଣ୍ଡେଜ୍‌ କପଡା, ଆଖି ମୁଦିଲେ ରୋଗୀ

ଉତ୍ତରପ୍ରଦେଶ:  ଦୁନିଆ ଜାଣିଛି  ମଣିଷର ଦ୍ୱିତୀୟ  ଭଗବାନ ହେଉଛନ୍ତି ଡାକ୍ତର।  ଯିଏ ରୋଗୀକୁ ମରଣ ମୁହଁରୁଫେରାଇ ଆଣିପାରନ୍ତି । ଆଉ ଅନେକଙ୍କ  ଓଠରେ ହସ ଦେଇ ପାରେ । କିନ୍ତୁ  ଆଜିର ସମାଜରେ ଅନେକ ଟଙ୍କା ଲୋଭି ସରକାରୀ ଡାକ୍ତର ନିଜର ଅର୍ଥ ଉପାର୍ଜନକୁ  ବୃଦ୍ଧି କରିବା  ପାଇଁ ରୋଗୀର ଜୀବନ ସହ  ଖେଳିବାକୁ ମଧ୍ୟ ପଛାଉ  ନାହାନ୍ତି।  ଅପପରେସନ ଥିଏଟର  ଯିବା ପୂର୍ବରୁ ରେଗୀଙ୍କ  ସମ୍ପକର୍କୀୟ ଠାରୁ ରିସ୍କ ବଣ୍ଡରେ ଦସ୍ତଖତ ନେଇଯିବା ପରେ କିଛି ଡାକ୍ତର ଭୁଲିଯାନ୍ତି  ନିଜ କର୍ତ୍ତବ୍ୟ। ଓଟି  ବେଡ  ଉପରେ  ପଡିଥିବା ମଣିଷଟିକୁ ଭାବନ୍ତି କେବଳ ରୋଗାଗସ୍ତ ଶରୀର। ଯାହାକୁ  ମାନବିକତାର ନଜରରେ ଦେଖନ୍ତି  ନାହିଁ । ସେଥିପାଇଁ ଖାମଖିଆଲ ଅପରେସନ କରି ପେଟରେ ଛାଡି ଯାଆନ୍ତି ଅନେକ ଉପକରଣ। ଏଭଳି ଖବର ଅନେକ ଥର ଗଣମାଧ୍ୟମରେ ପ୍ରକାଶ ହେଉଥିଲେ ହେଁ ଏଥିରେ ଯତ୍ନବାନ ନୁହନ୍ତି  କିଛି ଡାକ୍ତର। ଯାହା ଫଳରେ  ବାରମ୍ବାର ଏଭଳି ଘଟଣା  ସାମ୍ନାକୁ  ଆସିବାରେ ଲାଗିଛି।

ଏଭଳି ଏକ ଘଟଣା ଘଟଛି ୟୁପିର ବାଗପତ ଅଞ୍ଚଳରେ। ଯେଉଁଠାରେ ଡାକ୍ତରଙ୍କ ଖାମଖିଆଲ ଯୋଗୁଁ   ଚଲିଯାଇଛି ଜଣେ  ମହିଳାଙ୍କ ଜୀବନ।  ମିଳିଥିବା ସୂଚନା ଅନୁସାରେ ବାଗପତ ଜନପଦର ନିଶା ବେଗମ ନାମକ ଜଣେ  ମହିଳା ଦୀର୍ଘ ୬ମାସ ଧରି  ପେଟ ଯନ୍ତ୍ରଣାରେ ପୀଡିତ  ଥିଲେ । ଚିକିତ୍ସା ପାଇଁ ନିଶା ସେଠାକାର ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତର ସବୁ ପରୀକ୍ଷା  ନିରୀକ୍ଷା ପରେ ନିଶାଙ୍କୁ  କହିଥିଲେ ତାଙ୍କ ପେଟରେ  ଏକ ଷ୍ଟୋନ ହୋଇଛି  ଯାହାକୁ ଅପରେସନ କରି ବାହାର କରିବାକୁ ହେବ। ନିଶା ଡାକ୍ତରଙ୍କ କଥା ମାନି ଅପରେସନ ପାଇଁ ପ୍ରସ୍ତୁତ ହୋଇଥିଲେ। ନିଶାଙ୍କୁ ଅପରେସନ କରିଥିବା  ଡାକ୍ତର ନିଶାଙ୍କ ପେଟରୁ  ଷ୍ଟୋନ ବାହାର କରି ଦେଇଥିଲେ। କିନ୍ତୁ  ନିଶାଙ୍କ ପେଟରେ ଭୁଲ ବସତଃ ଅପରେସନରେ ବ୍ୟବହୃତ ହେଉଥିବା ତଉଳିଆ ଓ ବ୍ୟାଣ୍ଡେଜ୍‌ କପଡ଼ା ଛାଡି ଦେଇଥିଲେ। କିନ୍ତୁ  ଏସବୁ ନଜର ନେଦେଇ ନିଶାଙ୍କ ପେଟକୁ ଷ୍ଟିଚ୍‌ କରିଦେଇଥିଲେ ଡାକ୍ତର ।

କିଛି ଦିନ ପରେ ନିଶାଙ୍କ ପେଟ ଯନ୍ତ୍ରଣା ନକମିବାରୁ ପୁଣି ଡାକ୍ତରଙ୍କୁ ଦେଖାକରିଥିଲେ  । କିନ୍ତୁ  ଡାକ୍ତର ତାଙ୍କୁ କିଛି ପେନ କିଲର ଦେଇ ଛାଡି ଦେଇଥିଲେ। ଆଉ କିଛି ଦିନ ବିଶ୍ରାମ ନେବା ପାଇଁ  କହିଥିଲେ।  ପେନ କିଲର ଖାଇବା ପରେ  ନିଶାଙ୍କ  ପେଟ ଯନ୍ତ୍ରଣା  ନକମିବାରୁ  ତାଙ୍କୁ ତିନି ଥର ଯାଏଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ କିଛି  ସୁଫଳ ମିଳି ନଥିଲା। ପରେ ଗତ ମାସରେ ନିଶାଙ୍କ ସ୍ୱମୀ ନିଶାଙ୍କ ଚିକିତ୍ସା କରିବା ଲାଗି ଦିଲ୍ଲୀ ଆଣିଥିଲେ ।  ଯେଉଁଠାରେ ଡାକ୍ତର ତାଙ୍କୁ ୧୫ ଦିନକାଳ ପରୀକ୍ଷା ନିରୀକ୍ଷାକରି ପେଟରେ ତଉଲିଆ ଓ ବ୍ୟାଣ୍ଡେଜ ଥିବା କହିଥିଲେ। ଏହା ପରେ ପୂନର୍ବାର ୩୦ ଅକ୍ଟୋବରରେ ଡାକ୍ତର ନିଶାଙ୍କ ପେଟ ଅପରେସନ କରି ତଉଲିଆ  ଓ ବ୍ୟାଣ୍ଡେଜ କାଢିଥିଲେ। ଅପରେସନ ପରେ ମହିଳାଙ୍କ ସ୍ଥିତି ସଙ୍ଗୀନ ହୋଇପଡିଥିଲା ଯାହା ଫଳରେ ଡାକ୍ତରଖାନାରେ ହିଁ ନିଶା ଆଖି ମୁଦିଦେଇଥିବାର ଡାକ୍ତର ପି.କେ ଗୋବିଲ କହିଛନ୍ତି।  ସେ ଏହା ମଧ୍ୟ କହିଛନ୍ତି ଯେ ସରକାରୀ  ଡାକ୍ତରଙ୍କ ଦାୟୀତ୍ୱହୀନତା ପାଇଁ  ନିଶାଙ୍କ ଦେହାନ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.