Below header

ଭୁଲ ଆଧାର ନମ୍ବର ଦେଲେ ଲାଗିବ ୧୦ ହଜାର ଟଙ୍କାର ଜରିମାନା, ଏହି ସ୍ଥାନରେ ଲାଗୁ ହେବ ନିୟମ

ସାଧାରଣତଃ ଆଧାରକାର୍ଡ଼ର ବ୍ୟବହାର ବିଷୟରେ ଆପଣଙ୍କୁ ନିଶ୍ଚୟ ଜଣାଥିବ। ଯେକୌଣସି ସରକାରୀ କାମରେ ଆଧାର ନମ୍ବରର ଆବଶ୍ୟକତା ପଡିଥାଏ। କିଛି ମାସ ତଳେ କାରଦାତାଙ୍କର ସମସ୍ୟା ଦୂର କରିବା ପାଇଁ ଆୟକର ବିଭାଗ PAN ସ୍ଥାନରେ ଆଧାର ନମ୍ବରକୁ ବ୍ୟବହାର କରିବାପାଇଁ ଅନୁମତି ଦେଇଥିଲେ। ଏହାସହିତ ଯଦି ଆପଣ ଏହି ନିୟମର ଅପବ୍ୟବହାର କରୁଛନ୍ତି କିମ୍ବା ଭୁଲ ଆଧାର ନମ୍ବର ଦେଉଛନ୍ତି ତାହେଲେ ଆପଣଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ କରାଯାଇପାରେ।

ଏହି ସ୍ଥାନରେ ଲାଗୁ ହେବ ନିୟମ

ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧ରେ କରାଯାଇଥିବା ସଂଶୋଧନ ଅନୁସାରେ ପ୍ୟାନ ସ୍ଥାନରେ ଆଧାର ନମ୍ବରର ବ୍ୟବହାର କରାଯାଇପାରିବ। ନୂତନ ସଂଶୋଧନ ଅନୁଯାୟୀ ଭୁଲ ଆଧାର ନମ୍ବର ଦେଲେ ଜରିମାନା ଦେବାକୁ ପଡିବ। ତେବେ ଏହି ନିୟମ ସେହି ସ୍ଥାନରେ ଲାଗୁ ହେବ ଯେଉଁଠି ପ୍ୟାନ ସ୍ଥାନରେ ଆଧାର ନମ୍ବରର ବ୍ୟବହାର କରାଯିବ। ଯେପରିକି ଇନକମ ଟ୍ୟାକ୍ସ ରିଟର୍ନ ଭରିବା, ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା କିମ୍ବା 50 ହଜାର ଟଙ୍କାରୁ ଅଧିକ ବଣ୍ଡସ ବା ମ୍ୟୁଚୁଆଲ ଫଣ୍ଡସ ଇତ୍ୟାଦି କରିବା।

Related image

ଏହାସହ ପଢନ୍ତୁ ସରକାରୀ ଚାକିରି ପାଇଁ ଇଚ୍ଛୁକ ଅଛନ୍ତି କି, ୧୫୧ଟି ପଦ ପାଇଁ ଆବେଦନ ଚାହୁଁଛି UPSC

ଏହି ସ୍ଥିତିରେ ଲାଗିବ ଜରିମାନା

  • ପ୍ୟାନ ସ୍ଥାନରେ ଭୁଲ ଆଧାର ନମ୍ବର ଦେବା
  • କୌଣସି ପ୍ରକାର ଟ୍ରାଞ୍ଜାକ୍ସନରେ ପ୍ୟାନ କିମ୍ବା ଆଧାର କୌଣସି ନମ୍ବର ନଦେବା
  • ଆଧାର ନମ୍ବର ସହିତ ବାୟୋମେଟ୍ରିକସ ଆଇଡେଣ୍ଟିଫିକେସନ ନଦେବା କିମ୍ବା ଯଦି ଆଇଡେଣ୍ଟିଫିକେସନ ଭୁଲ ରହେ ତାହେଲେ ମଧ୍ୟ ଆପଣଙ୍କୁ ଜରିମାନା ଭରିବାକୁ ପଡିବ
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.