Below header

କେତେ ସୁରକ୍ଷିତ ଆଧାର ? ଟ୍ରାଇ ଅଧ୍ୟକ୍ଷଙ୍କ ଆକାଉଣ୍ଟକୁ ହ୍ୟାକର ଦେଲେ ୧ ଟଙ୍କା

ବେଙ୍ଗଲୁରୁ: ହ୍ୟାକରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ଟେଲିକମ୍‌ ରେଗୁଲେଟରୀ ଅଥରିଟି ଅଫ୍‌ ଇଣ୍ଡିଆ ‘ଟ୍ରାଇ’ର ଚେୟାରମ୍ୟାନ୍‌ । ହେଲେ ହାରି ଯାଇଛନ୍ତି ଟ୍ରାଇ ଚେୟାରମ୍ୟାନ୍‌ ଆର୍‌ ଏସ୍‌ ଶର୍ମା । ସେ ତାଙ୍କ ଆଧାର ନମ୍ବର ଖୋଲାଖୋଲି ଭାବେ ଦେଇ ଚ୍ୟାଲେଞ୍ଜ ଦେଇଥିଲେ ଯେ ଏହାକୁ କେହି ହ୍ୟାକ୍‌ କରି ଦେଖାଅ ।

ଭୀମ ଓ ପେଟିଏମ୍‌ ଏବଂ ଆଇଏମ୍‌ପିଏସ୍‌ ସହାୟତାରେ ଏହାକୁ କେହି ବି ହ୍ୟାକ କରି ପାରିବେନି ବୋଲି ଦାବି ମଧ୍ୟ ରଖିଥିଲେ । ହେଲେ ଗତକାଲି ଏଥିକାଲ ହ୍ୟାକରମାନେ ଉଦାହରଣ ସ୍ୱରୂପ ତାଙ୍କ ଆକାଉଣ୍ଟରେ ୧ ଟଙ୍କା ଜମା କରି ତାର ସ୍କ୍ରିନ୍‌ ସଟ୍‌ ମଧ୍ୟ ପଠାଇ ଦେଇଛନ୍ତି । ଶର୍ମାଙ୍କ ଆଧାର ନମ୍ବରରୁ ତାଙ୍କର ମୋବାଇଲ୍‌ ନମ୍ବର, ଘର ଠିକଣା, ଜନ୍ମ ତାରିଖ, ପ୍ୟାନ୍‌ ନମ୍ବର ଆଦି ୧୪ଟି ତଥ୍ୟ ଲିକ୍‌ ହୋଇଥିବା ମଧ୍ୟ ସେମାନେ ଜଣାଇଛନ୍ତି । ଏଥିକାଲ ହ୍ୟାକର ଏକଥା ଚେତାଇ ଦେଇଛନ୍ତି ଯେ ଏଭଳି ଭାବେ ତାଙ୍କ ଅଜାଣତରେ ତାଙ୍କରି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରି ତାଙ୍କୁ ବ୍ଲାକମେଲ୍‌ କରିହେବ । ତେବେ ଏହି ଘଟଣାକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ଆଧାର ନମ୍ବର ଦ୍ୱାରା ଜଣେ ବ୍ୟକ୍ତି ସମ୍ପର୍କରେ ସବୁ ଗୁପ୍ତ ତଥ୍ୟ ହାସଲ କରିହେବ ବୋଲି ଆଲୋଚନା ହେଉଛି । ଯାହାକୁ ନେଇ ଉଠିଛି ବିବାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.