Below header

ଫୁଲୁଛି ଯମୁନା : ୫ବର୍ଷରେ ରେକର୍ଡ ଜଳସ୍ତର ବୃଦ୍ଧି

ଦିଲ୍ଲୀ :ଦିଲ୍ଲୀରେ ଲଗାଣ ବର୍ଷାରେ ୫ବର୍ଷରେ ଜଳସ୍ତର ରେକର୍ଡ ଭାଙ୍ଗିଛି ଯମୁନା ନଦୀ । ୨୦୫ ମିଟର ପାର୍‌ କରିଛି ଜଳସ୍ତର । ହରିଆଣା ହାଥିନୀକୁଣ୍ଡ ବ୍ୟାରେଜ୍‌ରୁ ପାଣି ଛାଡ଼ିବା ପରେ ଯମୁନାରେ ବନ୍ୟା ଆସିଛି । ୨୦୧୩ରେ ନଦୀର ଜଳସ୍ତର ୨୦୭ ମିଟର ଛୁଇଁଥିଲା । ସେତେବେଳେ ହାଥିନୀକୁଣ୍ଡ ବ୍ୟାରେଜରୁ ୮ ଲକ୍ଷ କ୍ୟୁସେକ୍‌ ପାଣି ଛଡ଼ାଯାଇଥିଲା । ଏବେ ଯମୁନା ଫୁଲୁଥିବାରୁ ତଳି ଅଞ୍ଚଳର ୩ ହଜାରରୁ ଅଧିକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୨୭ ତାରିଖରୁ ଯମୁନା ନଦୀର ଜଳସ୍ତର ବଢ଼ି ଚାଲିଛି। ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସହରରେ ଜାରି କରାଯାଇଛି ହାଇଆଲର୍ଟ ।

ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ସେପଟେ ଯମୁନା ନଦୀ ଉପରେ ଥିବା ୧୫୦ ବର୍ଷର ପୁରୁଣା ବ୍ରିଜ୍କୁ ବନ୍ଦ କରି ଦିଆଯାଇଛି । ଫଳରେ ଏହା ଉପର ଦେଇ ଚଳାଚଳ କରୁଥିବା ୨୭ଟି ଟ୍ରେନ୍‌ର ଚଳାଚଳ ବନ୍ଦ କରି ଦିଆଯାଇଥିବା ବେଳେ ୭ଟି ଟ୍ରେନ୍‌ର ରୁଟ୍‌ ପରିବର୍ତ୍ତନ କରାଯାଇଛି । ଉତ୍ତର ପ୍ରଦେଶରେ ୪ ଦିନରେ ୭୦ ଜଣଙ୍କ ମୃତ୍ୟୁ। ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା, ବଜ୍ରାଘାତ ଓ ବନ୍ୟା ଯୋଗୁଁ ରାଜ୍ୟରେ ଗତ ୪ ଦିନ ଭିତରେ ୭୦ ଜଣଙ୍କର ମୃତ୍ୟୁ ଘଟିଛି । ଏବେବି ମୁଷଳ ଧାରାରେ ବର୍ଷା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.