Below header

କରୋନା ସଙ୍କଟ ମଧ୍ୟରେ ଦେଶର ଅର୍ଥନୀତିରେ ଆସୁଛି ସୁଧାର, ୨ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ

କେନ୍ୟୁଜ ବ୍ୟୁରୋ : କରୋନା ସଙ୍କଟ ମଧ୍ୟରେ ଦେଶର ଅର୍ଥନୀତିରେ ଆସୁଛି ସୁଧାର। ଏହାକୁ ସଠିକ ମାର୍ଗରେ ଆଣିବାକୁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି। ଏଥିରେ ୨ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧୦ଟି ସେକ୍ଟରରେ ଉତ୍ପାଦନ ପାଇଁ ଏହି ଅର୍ଥ ପ୍ରଡକ୍‌ସନ ଲିଙ୍କଡ ଇନସେନ୍‌ଟିଭରେ ବିନିଯୋଗ ହେବ।

ଏହି ଯୋଜନା ମାଧ୍ୟମରେ ରୋଜଗାରର ନୂଆ ମାଧ୍ୟମ ସୃଷ୍ଟି ହେବ। ଦେଶର ଅର୍ଥନୀତିରେ ସୁଧାର ଆସୁଥିବାର ସଙ୍କେତ ଦେଖାଦେଇଛି। ଜିଏସଟି ଆଦାୟ ଆଶାନୁରୂପ ହୋଇଥିବା ବେଳେ ତୃତୀୟ ତ୍ରୈମାସିକରେ ଜିଡିପି ପଜିଟିଭ ଅଙ୍କ ଛୁଇଁବା ନେଇ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଶା ରଖିଛି । ପ୍ରଥମ ତ୍ରୈମାସିକରେ ଜିଡିପି ମାଇନସକୁ ଖସିଥିବା ବେଳେ ଏହାକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଉଠାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.