Below header

ପ୍ରେମିକାକୁ ୩୫ ଖଣ୍ଡ କରି ହତ୍ୟା ଘଟଣା; ପାଗଳାମିର ସୀମା ପାର, ଫ୍ରିଜରେ ଶ୍ରଦ୍ଧାର ମୁଣ୍ଡକୁ ରଖି ମେକଅପ୍‌ କରୁଥିଲା ଆଫତାବ

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ନୂଆ ନୂଆ ଗୁମର ଖୋଲୁଛି। ପୋଲିସ କହିବା ମୁତାବକ, ଆଫତାବ ଅନେକ ଥର ଶ୍ରଦ୍ଧାଙ୍କୁ ମାରିବାକୁ ଚେଷ୍ଟା କରିଥିଲା । ଆଉ ଶ୍ରଦ୍ଧାକୁ ହତ୍ୟା କରିବା ପରେ ଫ୍ରିଜରେ ରଖିଥିବା ଶ୍ରଦ୍ଧାଙ୍କ ମୁହଁକୁ ମେକଅପ୍‌ କରୁଥିଲା ବୋଲି ଆଫତାବ କହିଛି। ତେବେ ପୋଲିସ ମୁତାବକ, ସଜାରୁ ମୁକ୍ତି ପାଇବା ପାଇଁ ଆଫତାବ ଏପରି ପାଗଳପଣର ଅଭିନୟ କରୁଛି ।

ଆଫତାବ ଶ୍ରଦ୍ଧାଙ୍କୁ ମାରିବା ପରେ ଶରୀରକୁ ନେଇ ଖଣ୍ଡବିଖଣ୍ଡିତ କରି କାଟିଥିଲା । ଆଉ ଏହାକୁ ସାଇତି ଫ୍ରିଜରେ ରଖିଥିଲା। ଫ୍ରିଜରେ ଆଫତାବ ଶ୍ରଦ୍ଧାର ମୁଣ୍ଡକୁ ଆଗରେ ରଖିଥିଲା। ଆଉ ଏହାକୁ ମେକଅପ୍‌ କରୁଥିଲା। ଶ୍ରଦ୍ଧାକୁ ହତ୍ୟା କରିବା ପରେ ଆଫତାବ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟକୁ ଯାଇଥିଲା। ଫ୍ରିଜରେ କୌଣସି ସୁରାକ ପୋଲିସ ପାଇନଥିବା ବେଳେ ରୋଷେଇ ଘରୁ କିଛିଟା ରକ୍ତ ନମୁନା ପାଇଥିଲା । ଯାହାର ଯାଞ୍ଚ କରୁଛି ପୋଲିସ।

ଆଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କ ଫୋନରୁ ଅନଲାଇନ ଟ୍ରାଞ୍ଜାକ୍ସନ କରି ନିଜକୁ ୫୪ ହଜାର ଟଙ୍କା ପଠାଇଥିଲା। ଯେତେବେଳେ ବି ଶ୍ରଦ୍ଧା ସହିତ ଆଫତାବ ଝଗଡା କରୁଥିଲା, ସେତେବେଳେ ତାକୁ ମାରିବାକୁ ମନ କରୁଥିଲା ଆଫତାବ। କିନ୍ତୁ କେବେ ବି ଏମିତି ସାହସ କରିନଥିଲା। ମୁମ୍ବାଇରେ ଶ୍ରଦ୍ଧାଙ୍କର ଅନେକ ସାଙ୍ଗ ରହିଥିବାରୁ ସେମାନେ ତାଙ୍କୁ ପ୍ରତିଦିନ ଦେଖା କରୁଥିଲେ ଆଉ ଆଫତାବ ସୁଯୋଗ ପାଉନଥିଲା ।

ସୂଚନାଯୋଗ୍ୟ, ଶ୍ରଦ୍ଧା ଏବଂ ପୁନାୱାଲା ଡେଟିଂ ଆପ୍ ଦ୍ବାରା ପରସ୍ପରକୁ ଜାଣିଥିଲେ। ଉଭୟ ଶ୍ରଦ୍ଧା ଏବଂ ପୁନାୱାଲା ପ୍ରଥମେ ମୁମ୍ବାଇରେ ଲିଭ୍ ଇନ ରିଲେସନସିପରେ ରହୁଥିଲେ। ଶ୍ରଦ୍ଧା ମୁମ୍ବାଇର ମଲାଡସ୍ଥିତି ମଲ୍ଟି ନ୍ୟାସନାଲ କମ୍ପାନୀର କଲ ସେଣ୍ଟରେ ଚାକିରି କରୁଥିଲେ। ଏଠାରେ ଆଫତାବଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ଦୁହିଁଙ୍କ ପରିବାର ଲିଭ ଇନରେ ରହିବା କଥାକୁ ପସନ୍ଦ କରୁନଥିଲେ। ତେଣୁ ବିରୋଧ କରିଥିଲେ। ପରିବାର ପକ୍ଷରୁ ବିରୋଧ ହେବା ପରେ ଦୁହେଁ ମୁମ୍ବାଇ ଛାଡି ଆସି ଦିଲ୍ଲୀରେ ରହୁଥିଲେ । ଲିଭ ଇନରେ ରହୁଥିବା ଆଫତାବ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ବିବାହକୁ ନେଇ ପ୍ରତିଦିନ ଝଗଡା ଲାଗୁଥିଲା। ମେ’ ୧୮ ତାରିଖରେ ସେମାନଙ୍କ ମଧ୍ୟରେ ବିବାହକୁ ନେଇ ବଚସା ହୋଇଥିଲା। ଫଳରେ ପୁନାୱାଲା ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ମାରିଦେଇଥିଲା ଏବଂ ଏହାପରେ ସେ ତାଙ୍କ ମର ଶରୀରକୁ କାଟି ୩୫ ଖଣ୍ଡ କରିଥିଲା। ପୁନାୱାଲା ଶ୍ରଦ୍ଧାଙ୍କ ମର ଶରୀରକୁ ସାଇତି ରଖିବାପାଇଁ ୩୦୦ ଲିଟର କ୍ଷମତା ବିଶିଷ୍ଟ ନୂଆ ଫ୍ରିଜ୍ କିଣିଥିଲା। ସେହି ଫ୍ରିଜରେ ସେ ପ୍ରେମିକାର ମର ଶରୀରର କଟା ଅଂଶକୁ ରଖିଥିଲା ଏବଂ ପ୍ରତିଦିନ ରାତି ୨ଟାରେ ସେ ଏକ ପଲିବ୍ୟାଗରେ ମର ଶରୀରର କିଛି କିଛି କଟା ଅଂଶକୁ ଧରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଥିଲା। ଏଥିପାଇଁ ତାକୁ ୧୮ ଦିନ ଲାଗିଥିଲା।

ଶ୍ରଦ୍ଧା ଦିଲ୍ଲୀରେ ରହିଲେ ମଧ୍ୟ ତାଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହ ସେ ଯୋଗଯୋଗରେ ରହିଥିଲେ। ଶ୍ରଦ୍ଧାଙ୍କର ବନ୍ଧୁମାନେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ସୁଇଚ ଅଫ୍ ଦେଖାଇଥିଲା। ସୋସିଆଲ ମିଡିଆରେ ମଧ୍ୟ ସେ ସକ୍ରିୟ ରହୁନଥିଲେ। ଏଥିପାଇଁ ତାଙ୍କର ଜଣେ ବନ୍ଧୁଙ୍କର ସନ୍ଦେହ ବଢ଼ିଥିଲା। ସେ ଶ୍ରଦ୍ଧାଙ୍କ ଭାଇଙ୍କୁ ଫୋନ୍ କରି ଏକଥା ଜଣାଇଥିଲେ।

ଶ୍ରଦ୍ଧାଙ୍କ ବାପା ବିକାଶ ମଦନ ୱାକର ଗତ ଅଗଷ୍ଟ ମାସରେ ମାଣିକପୁର ଥାନାରେ ଝିଅ ନିଖୋଜ ଥିବା ନେଇ ଏକ ଏତଲା ରୁଜୁ କରିଥିଲେ। ଏହାପରେ ନଭେମ୍ବର ୮ ତାରିଖରେ ଶ୍ରଦ୍ଧାଙ୍କ ବାପା ଦିଲ୍ଲୀ ଆସି ତାଙ୍କ ଝିଅ ରହୁଥିବା ଫ୍ଲାଟ୍ ନିକଟରେ ପହଞ୍ଚିଥିଲେ। କିନ୍ତୁ ଫ୍ଲାଟରେ ତାଲା ପଡ଼ିଥିଲା। ଶ୍ରଦ୍ଧାଙ୍କ ବାପା ଏହାପରେ ଦିଲ୍ଲୀ ପୋଲିସରେ ଏତଲା ରୁଜୁ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.