Below header

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ

ବରଗଡ଼ (କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ପଦ୍ମପୁର କ୍ରିୟାନୁଷ୍ଠାନ କମିଟି। ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ କମିଟି ଦାବି କରିଛି। ଏନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଜାରି ରଖିଛି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜଡେି ବିଧାୟକ ସୁଶାନ୍ତ ସିଂ କମିଟିକୁ ଭେଟିବା ପାଇଁ ନିମନ୍ତ୍ରଣ ଦେଇଥିଲେ। ସେହି ଅନୁରୋଧ କ୍ରମେ ଆଜି କମିଟିର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ପଦ୍ମପୁର ଉପନିର୍ବାଚନ ଥିବାରୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି। ଜିଲ୍ଲା ଗଠନ ଦାବିକୁ ବିଜେଡି ପୂର୍ବରୁ ସମର୍ଥନ ଜଣାଇଛି। ପରବର୍ତ୍ତୀ ସମୟରେ ଯେବେ ନୂଆ ଜିଲ୍ଲା ପାଇଁ କମିଟି ଗଠନ ହେବ ସେତେବେଳେ ପଦ୍ମପୁରର ଦାବିକୁ ପ୍ରାଥମିକତା ଦିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା । ବିଜେପି ମଧ୍ୟ ଏ ଦାବିକୁ ସମର୍ଥନ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଭେଟି ଆଲୋଚନା କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.