ଟି-୨୦ ସିରିଜ ପୂର୍ବରୁ ହାର୍ଦ୍ଦିକ ଏବଂ ଓ୍ଵିଲିୟମସନ ଚଲାଇଲେ ରିକ୍ସା, ଭିଡିଓ ଭାଇରଲ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ସେମିଫାଇନାଲରୁ ବାହାର ହେବା ପରେ ନ୍ୟୁଜିଲାଣ୍ଡ ସହିତ ପ୍ରଥମ ସିରିଜ ଖେଳିବ ଭାରତ। ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ସେମିଫାଇନାଲରେ ହାରି ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଥିଲା । ଏବେ ଦୁଇଟି ଯାକ ଟିମ୍‌ ପରସ୍ପର ସହିତ ମୁହାଁମୁହିଁ ହେବେ । ଏହା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେନ ଓ୍ଵିଲିୟମସନ ୱେଲିଂଟନର ସଡକରେ ମସ୍ତି କରୁଥିବାର ନଜର ଆସିଛନ୍ତି।

ସିରିଜ ଆରମ୍ଭ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେନ ଓ୍ଵିଲିୟମସନ ‘କ୍ରୋକୋଡାଇଲ ବାଇକ୍‌’ରେ ବୁଲୁଥିବାର ନଜର ଆସିଛନ୍ତି। ଦୁଇ ଅଧିନାୟକ େଓ୍ଵଲିଂଟନର ସଡକରେ ବାଇକ ଚଲାଉଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ‘ବ୍ଲାକକ୍ୟାପ୍ସ’ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ସମୟରେ ହାର୍ଦ୍ଦିକ ଏବଂ କେନ ଟିମର ଜର୍ସି ପିନ୍ଧିଥିବା ନଜର ଆସିଛନ୍ତି। ଦୁହଁ ଏକ ଭିନ୍ନ ଧରଣର ରିକ୍ସାରେ ବସି ପେଡାଲ ମାରୁଥିବାର ନଜର ଆସିଛନ୍ତି।

 

View this post on Instagram

 

A post shared by BLACKCAPS (@blackcapsnz)

ଭାରତର ନ୍ୟୁଜିଲାଣ୍ଡ ସିରିଜରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍‌ ଇଣ୍ଡିଆର ଦାୟିତ୍ୱ ଦିଆଯାଇଛି। ସେହିପରି ଏହି ସିରିଜ ପାଇଁ କୋଚ୍‌ ଦାୟିତ୍ୱ ରାହୁଲ ଦ୍ରାବିଡଙ୍କୁ ନୁହେଁ ଭିଭିଏସ ଲକ୍ଷ୍ମଣଙ୍କୁ ଦିଆଯାଇଛି। ଟି-୨୦ ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆର ଦାୟିତ୍ୱ ନେଇଥିଲେ ରୋହିତ ଶର୍ମା। ପ୍ରଥମ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଦାୟିତ୍ୱ ରୋହିତଙ୍କୁ ମିଳିଥିଲା। କିନ୍ତୁ ରୋହିତ ଏହାକୁ ସଠିକ୍‌ ଭାବେ ତୁଲାଇନଥିଲେ ବୋଲି ଚର୍ଚ୍ଚା ଚାଲିଛି। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିବାରେ ହାର୍ଦ୍ଦିକ ସଫଳ ହେବେ ବୋଲି ମଧ୍ୟ ଫ୍ୟାନ୍ସଙ୍କର ଆଶା ରହିଛି ।

ଟି-୨୦ ସିରିଜ ଆସନ୍ତା ୧୮ ନଭେମ୍ବରରୁ ଖେଳାଯିବ। ୱେଲିଂଟନର ସ୍କାଇ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଏହା ପରେ୨୦ ନଭେମ୍ବରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ମାଉଣ୍ଟ ମାଉଙ୍ଗାନୁଇରେ ଏବଂ ୩ୟ ଟି-୨୦ ୨୨ ନଭେମ୍ବରେ ମ୍ୟାକଲିନ ପାର୍କ ଷ୍ଟାଡିୟମରେ ଖେଳାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.