Below header

୧୧ବର୍ଷ ପରେ ଆସିଲା ରାୟ : ୨୦୦୭ ହାଇଦ୍ରାବାଦ ଡବଲ ବ୍ଲାଷ୍ଟ ଘଟଣାରେ ୨ ଜଣ ଦୋଷୀ ସାବ୍ୟସ୍ତ

ହାଇଦ୍ରାବାଦ (କେନ୍ୟୁଜ୍) : ୧୧ବର୍ଷ ପରେ ଆସିଲା ରାୟ । ୨୦୦୭ ହାଇଦ୍ରାବାଦ ଡବଲ ବ୍ଲାଷ୍ଟ ଘଟଣାରେ ୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅନ୍ୟ ଦୁଇ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏନ୍ଆଇଏ ସ୍ୱତନ୍ତ୍ର କୋର୍ଟ । ୨୦୦୭ ଅଗଷ୍ଟ ୨୫ ତାରିଖରେ ହୋଇଥିବା ଏହି ବିସ୍ଫୋରଣରେ ୪୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୫୦ରୁ ଅଧିକ ଆହତ ହୋଇଥିଲେ । ପ୍ରଥମ ବିସ୍ଫୋରଣ କୋଟି ଅଞ୍ଚଳର ଚାଟ୍ ଭଣ୍ଡାରରେ ହୋଇଥିବା ବେଳେ ଦିତୀୟ ବିସ୍ଫୋରଣ ଟ୍ଵିଟ୍ ସ୍ପୋର୍ଟସ୍ ଲୁମ୍ବିନୀ ପାର୍କରେ ହୋଇଥିଲା । ଘଟଣା ପରେ ପୋଲିସ ଦୁଇଟି ସ୍ଥାନରୁ ଆଇଡି ଜବତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.