ପରୀ-୨ କାର୍ୟ୍ୟକ୍ରମରେ ଉଦ୍ଧାର ୪୪ ଜଣ ପିଲାଙ୍କ ମଧ୍ୟରୁ ୧୦ ଜଣ ନିଖୋଜ

ଭୁବନେଶ୍ବର (କେନ୍ୟୁଜ୍) : ପରୀ-୨ କାର୍ୟ୍ୟକ୍ରମରେ ଉଦ୍ଧାର ହୋଇଥିବା ୪୪ ଜଣ ପିଲାଙ୍କ ମଧ୍ୟରୁ ୧୦ ଜଣ ନିଖୋଜ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପିଲାଙ୍କୁ ଉଦ୍ଧାର କରି ଅଣାଯାଇଥିଲା । ପିଲାମାନଙ୍କୁ ଏକ ଷ୍ଟେ ହୋମରେ ରାତିରେ ରଖାଯାଇଥିବା ବେଳେ ସେମାନଙ୍କୁ ଖାଇବାକୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ସକାଳେ ଜଳଖିଆ ଖାଇବାକୁ ଦିଆଯାଉଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ପିଲା ନିଖୋଜ ଥିବା ଦେଖିବାକୁ ମିଳିଛି । ଏହା ପରେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ଆସିଲା ପରେ ପିଲାଙ୍କୁ ନପାଇବାରୁ ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.