ଦୀର୍ଘ ୩ ବର୍ଷ ପରେ ବିଦେଶୀ ଯାତ୍ରୀଙ୍କ ପାଇଁ କୋଭିଡ୍‌ ପ୍ରତିବନ୍ଧକ ହଟାଇଲା ଚୀନ୍‌, ସଂକ୍ରମଣ ବଢିବା ଆଶଙ୍କା

ନୂଆଦିଲ୍ଲୀ : କୋଭିଡ୍‌ ଭୟାବହତା ଭିତରେ ସୀମା ଖୋଲିଲା ଚୀନ୍‌ । ଦୀର୍ଘ ୩ ବର୍ଷ ପରେ ବିଦେଶୀ ଯାତ୍ରୀଙ୍କ ପାଇଁ କୋଭିଡ୍‌ ପ୍ରତିବନ୍ଧକ ହଟାଇଛି ଚୀନ୍‌ । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ନିୟମକୁ ଉଠାଇଛି । ଚୀନକୁ ଗଲେ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ ନୁହଁ। ୨୦୨୦ ମାର୍ଚ୍ଚରୁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ଥିଲା। ଏବେ ଯାତ୍ରୀଙ୍କୁ କେବଳ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ୍‌ ଦେବାକୁ ପଡିବ।

ଏହାସହ ବିଦେଶୀଙ୍କୁ ସାମାନ୍ୟ ଭାବେ ଭିଜା ଓ ପରମିଟ୍‌ ପ୍ରଦାନ କରିବ ଚୀନ। ଆଗକୁ ଚୀନ ନୂଆ ବର୍ଷ। ଏ ସମୟରେ ପ୍ରାୟ ୨୦ ଲକ୍ଷ ଯାତ୍ରୀ ଚୀନରେ ପହଞ୍ଚିବା ସମ୍ଭାବନା ରହିଛି। ସୀମା ଖୋଲିବା ପରେ ଚୀନ ଅର୍ଥନୀତିକୁ ଫାଇଦା ହେବା ଅନୁମାନ କରାଯାଉଛି। ଗତ କିଛି ବର୍ଷ ହେବ ଚୀନ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି। ସେପଟେ ସୀମା ଖୋଲିବା ସହ ସଂକ୍ରମଣ ବଢିବା ଆଶଙ୍କା ରହିଛି। ଗତ କିଛି ସପ୍ତାହ ହେଲା ଚୀନରେ କୋଭିଡ ନୀତି କୋହଳ ହୋଇଛି। ଏହାପରେ ସେଠାରେ ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ୟୁକେର ଏକ ସଂସ୍ଥା ଆକଳନ କହିଛି ଜାନୁଆରୀ ୧୩-୧୫ ଭିତରେ ପିକ୍‌ରେ ପହଞ୍ଚିବ ସଂକ୍ରମଣ। ଦୈନିକ ସଂକ୍ରମଣ ୭ରୁ ୯ ଲକ୍ଷ ଛୁଇଁ ପାରେ ଏବଂ ଦୈନିକ ମୃତ୍ୟୁ ସଂଖ୍ୟା ୨୫ ହଜାରରୁ ଅଧିକ ହୋଇପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.