Below header

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ମୋଦି- ବାଇଡେନ ସାକ୍ଷାତ, ଏକାଠି କରିବେ ରାତ୍ରୀ ଭୋଜନ

ମୋଦି- ବାଇଡେନ ସାକ୍ଷାତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

ମୋଦି- ବାଇଡେନ ସାକ୍ଷାତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଚାଲିଛି। ଜି- ୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ବାଇଡେନ ୩ଦିନିଆ ଗସ୍ତରେ ଆସିଛନ୍ତି। ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ଭିକେ ସିଂ ତାଙ୍କୁ ସ୍ବାଗତ ଜଣାଇଥିଲେ। ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନ ଯାଇଥିଲେ ବାଇଡେନ।

ମୋଦି ଓ ବାଇଡେନଙ୍କ ମଧ୍ୟରେ ସ୍ବଚ୍ଛ ଶକ୍ତି, ବାଣିଜ୍ୟ, ଉନ୍ନତ ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରତିରକ୍ଷା ସଂପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହା ସହ ଜେଇ ଜେଟ୍ ଇଞ୍ଜିନ ପ୍ରସଙ୍ଗ, ଏମକ୍ୟୁ ୯ ରିପର୍ସ, 5G ଓ 6G ସ୍ପେକ୍ରମ, ଜଟିଳ ଓ ନୂତନ ପ୍ରଯୁକ୍ତିକ୍ଷେତ୍ରରେ ସହଭାଗିତା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଦ୍ୱିପାକ୍ଷିକ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ରାତ୍ରୀ ଭୋଜନରେ ଆପ୍ୟାୟିତ କରିବେ। ରାଷ୍ଟ୍ରପତି ବାଇଡେନ ନୂଆଦିଲ୍ଲୀର ବିଳାସପୂର୍ଣ୍ଣ ଆଇଟିସି ମୌଯ୍ୟ ଶେରାଟନରେ ରାତ୍ରୀ ଯାପନ କରିବେ। ଏହା ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଧ କୁମାର ଜଗନ୍ନାଥଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.