ହିନ୍ଦୁ ଭାବେ ଏଠାରେ ଯୋଗ ଦେଇ ଗର୍ବ ଅନୁଭବ କରୁଛି, ଖଲିସ୍ତାନୀ ଆତଙ୍କବାଦକୁ ବ୍ରିଟେନରେ ପ୍ରଶ୍ରୟ ଦିଆଯିବନି : ଋଷି ସୁନକ

ଖଲିସ୍ତାନୀ ଆତଙ୍କବାଦକୁ ବ୍ରିଟେନରେ ପ୍ରଶ୍ରୟ ଦିଆଯିବନି। ଏଥିପାଇଁ ଭାରତ ଓ ବ୍ରିଟେନ ଏକାଠି କାମ କରୁଛନ୍ତି। ଜି ୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହା କହିଛନ୍ତି।

ଖଲିସ୍ତାନୀ ଆତଙ୍କବାଦକୁ ବ୍ରିଟେନରେ ପ୍ରଶ୍ରୟ ଦିଆଯିବନି। ଏଥିପାଇଁ ଭାରତ ଓ ବ୍ରିଟେନ ଏକାଠି କାମ କରୁଛନ୍ତି। ଜି ୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହା କହିଛନ୍ତି। ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ପାଇଁ ୱାର୍କିଂ ଗ୍ରୁପ ଗଠନ ହୋଇଛି। ଫଳରେ ଖଲିସ୍ତାନୀ ଉଗ୍ରବାଦର ଚେର ଠାବ କରାଯାଇପାରିବ ଏବଂ ଦମନ କରାଯାଇପାରିବ।

ବ୍ରିଟେନରେ ଏଭଳି ଉଗ୍ରବାଦର ଗ୍ରହଣୀୟ ନୁହେଁ। ବ୍ରିଟେନରେ ଏହାର କୌଣସି ସ୍ଥାନ ନାହିଁ ବୋଲି ସୁନକ କହିଛନ୍ତି। G-20 ସମ୍ମିଳନୀ ପାଇଁ ଦିଲ୍ଲୀର ସାଜ ସଜ୍ଜା  ଓ ଆତିଥେୟତାକୁ ପସନ୍ଦ କରିଛନ୍ତି । ଜଣେ ହିନ୍ଦୁ ଭାବେ ଏଠାରେ ଯୋଗ ଦେଇ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ଏହି ଗସ୍ତ ସମୟରେ ଭାରତର କିଛି ମନ୍ଦିର ଭୁଲିବି ବୋଲି କହିଛନ୍ତି ସୁନକ ।
| ଏଥିସହ ଭାରତକୁ ଫେରିବା ତାଙ୍କ ପାଇଁ ସ୍ବତନ୍ତ୍ର ଅନୁଭୂତି ବୋଲି କହିଛନ୍ତି ବ୍ରିଟେନ ପ୍ରାଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.