Below header

ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ୩୦ମିନିଟ ଅପେକ୍ଷା କରାଇବା ପରେ ସମୀକ୍ଷା ବୈଠକକୁ ଆସିଲେ ମମତା ବାନାର୍ଜୀ

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗରେ ୟସ କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଷୟକ୍ଷତିର ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ହିଞ୍ଜଲଗଞ୍ଜ ଓ ସାଗରରେ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିଥିଲେ। କିନ୍ତୁ ଏହି ସାକ୍ଷାତକୁ ନେଇ ନାନା ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ୩୦ମିନିଟ ଅପେକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟଶାସନ ସଚିବ ସମୀକ୍ଷା ବୈଠକ କୁ ଆସିଥିଲେ।

ସେଠାରେ ସେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରି ଚାଲିଯାଇଥିଲେ। ପ୍ରଧାନମନ୍ତ୍ରୀ ବୈଠକ ଡାକିଥିବା ବେଳେ ତାଙ୍କର ଦୀଘାରେ ମିଟିଂ ଥିବାରେ ସେ ଚାଲିଯାଇଥିଲେ ବୋଲି କହିଛନ୍ତି ମମତା। କଲାଇକୁଣ୍ଡାରେ ରିପୋର୍ଟ ପ୍ରଦାନ କରି ଦୀଘା ବିକାଶ ପାଇଁ ୨୦ହଜାର କୋଟି ଟଙ୍କା ଓ ସୁନ୍ଦରବନ୍ଦ ବିକାଶ ପାଇଁ ୧୦ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଲୋଡ଼ିଥିଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.