କରୋନା ଔଷଧ ‘୨-ଡିଜି’ କୁ ମିଳିଲା ଅନୁମତି, ମାତ୍ର ୯୯୦ ଟଙ୍କାରେ ମିଳିବ ଔଷଧ

ନୂଆଦିଲ୍ଲୀ : କରୋନା ସହ ଲଢ଼ିବା ପାଇଁ ଖୁବ୍‌ ଶୀଘ୍ର ଆସିଯିବ ନୂଆ ଔଷଧ ‘୨-ଡିଜି’ । ଗ୍ଲୁକୋଜ ଭଳି ଏହି ଓରାଲ ପାଉଡର ପାଟିରେ ଖିଆଯିବ ।ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ) ଏହାକୁ ବିକଶିତ କରିଛି । ଦେଶର ସର୍ବୋଚ୍ଚ ଔଷଧ ନିୟାମକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଆଇ)ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଔଷଧକୁ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରିବା ପାଇଁ ଅନୁମତି ଦେଇଛି | ବ୍ୟବହାର ପାଇଁ ଅନୁମତି ପାଇବା ପରେ ଏବେ ଔଷଧର ମୂଲ୍ୟ ଧାର୍ଯ୍ୟ କରାଯାଇଛି |

ବଜାରରେ ଏହି ଔଷଧ ‘୨-ଡିଜି’ ଗୋଟିଏ ପ୍ୟାକେଟର ମୂଲ୍ୟ ୯୯୦ ଟଙ୍କା ହେବ ବୋଲି ବଶେଷ ସୂତ୍ରରୁ ପ୍ରକାଶ ପାଇଛି । ଏହି ଔଷଧକୁ ସରକାରୀ ଡାକ୍ତରଖାନା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ । ଡ୍‌ ରେଡି କମ୍ପାନି ଏହି ଔଷଧର ପ୍ରତି ସାଚେଟ୍‌ ମୂଲ୍ୟ ୯୯୦ ଟଙ୍କା ଧାର୍ଯ୍ୟ କରିଛି ।


ପ୍ରକାଶଯୋଗ୍ୟ ଯେ ଏହି ଔଷଧ ପାଉଡର ଆକାରରେ ଉପଲବ୍ଧ ହେବ । କରୋନା ରୋଗୀଙ୍କୁ ଏହାକୁ ପାଣିରେ ପକାଇ ପିଇବାକୁ ଦିଆଯିବ । ଡିଆରଡିଓ ଲ୍ୟାବ ଏବଂ ହାଇଦ୍ରାବାଦ ଭିତ୍ତିକ ଡାକ୍ତର ରେଡ୍ଡୀଙ୍କ ଲାବୋରେଟୋରୀ ମିଶି ଏହି ଔଷଧ ତିଆରି କରିଥିବା ଜଣାପଡିଛି | ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏହି ଔଷଧର ପ୍ରଥମ କ୍ଲିନିକାଲ ପରୀକ୍ଷା ସୁରକ୍ଷିତ ରହିଛି ।

ଏହି ଔଷଧ ଖାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ଥିବା କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ନିଶ୍ୱାସ ନେବାର ସମସ୍ୟା ମଧ୍ୟ ହେଉନାହିଁ ବୋଲି ଦେଖିବାକୁ ମିଳିଛି  | ଗତ ବର୍ଷ ମେ’ ଏବଂ ଅକ୍ଟୋବର ମାସ ମଧ୍ୟରେ ଏହି ଔଷଧର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରଯାଇଥିଲା । ପରୀକ୍ଷାରୁ ଏହା ସୁରକ୍ଷିତ ଥିବା ଜଣାପଡ଼ିଥିଲା । ପରୀକ୍ଷାରୁ ଫଳାଫଳ ଭଲ ଆସିବାରୁ ଏହାର ବ୍ୟବହାର ପାଇଁ ସରକାର ଅନୁମତି ଦେଇଛନ୍ତି । ଜୁନ୍‌ ମାସରେ ଏହି ଔଷଧ ମାର୍କେଟ ପ୍ରବେଶ କରିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.