ବ୍ୟାପୁଛି ନାଗରିକତା ଆଇନ ବିରୋଧୀ ନିଆଁ, ରାଜଧାନୀ ଦିଲ୍ଲୀରେ ପୁଣି ଅଣାୟତ୍ତ ପରିସ୍ଥିତି

କେନ୍ୟୁଜ୍(ବ୍ୟୁରୋ): ଜଙ୍ଗଲର ନିଆଁ ଭଳି ବ୍ୟାପୁଛି ନାଗରିକତା ଆଇନ ବିରୋଧୀ ନିଆଁ । ଅଶାନ୍ତ ରହିଛି ଅଧା ଦେଶ । ଆଜି ରାଜଧାନୀ ଦିଲ୍ଲୀରେ ପୁଣି ପରିସ୍ଥିତି ଅଣାୟତ୍ତ ରହିଛି । ତେଜିଛି ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ନିଆଁ। ସିଧାସଳଖ ହିଂସାତ୍ମକ ପ୍ରତିବାଦକୁ ଓହ୍ଲାଉଛନ୍ତି ଆନ୍ଦୋଳନକାରୀ। ଦିଲ୍ଲୀ ଦରିଆଗଞ୍ଜରେ ଆନ୍ଦୋଳନକାରୀ ମାନେ କାରରେ ନିଆଁ ଲାଗାଇ ଦେଇଛନ୍ତି । ଆନ୍ଦୋଳନକାରୀଙ୍କୁ ହଟାଇବାକୁ ପୋଲିସ ଲାଠି ଓ ପାଣି ମାଡ କରିଛି । ସେହିପରି ପୋଲିସକୁ ଆନ୍ଦୋଳନକାରୀ ପଥର ମାଡ କରିଛନ୍ତି । ସେହିପରି ଜାମା ମସଜିଦ ଆଗରେ ବିକ୍ଷୋଭ ଜାରି ରହିଛି । ଇତିମଧ୍ୟରେ ନାଗରିକତା ଆଇନ ଉପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାରଙ୍କ ନୀତି ଜନବିରୋଧୀ ବୋଲି ସୋନିଆ କହିଛନ୍ତି । ‘ସରକାର ଲୋକଙ୍କ ସ୍ୱର ଚପାଉଛନ୍ତି । ତେବେ କଂଗ୍ରେସ ପ୍ରଦର୍ଶନକାରୀଙ୍କ ସହ ଅଛି ବୋଲି ସୋନିଆ ସ୍ୱଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.