Below header

ଡିସେମ୍ବରରେ ୫ଟି ପର୍ଯ୍ୟାୟରେ ହେବ BJDର ସାଙ୍ଗଠନିକ ନିର୍ବାଚନ, BJDର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଦେଲେ ସୂଚନା

କେନ୍ୟୁଜ୍(ବ୍ୟୁରୋ):   ୫ଟି ପର୍ଯ୍ୟାୟରେ ଡିସେମ୍ବର ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ । ଡିସେମ୍ବର ୨୭ରୁ ଆସନ୍ତା ୨୬ ଫେବୃୟାରୀ ୨୦୨୦ରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ଡିସେମ୍ବରରୁ ୧୩ ଜାନୁଆରୀ ମଧ୍ୟରେ ହେବ। ଏହି ପର୍ଯ୍ୟାୟରେ ଗ୍ରାମ ପଞ୍ଚାୟତରେ ସଭାପତି ସହ କମିଟି ସଭ୍ୟ ଓ ନଗରାଞ୍ଚଳର ୱାର୍ଡ ସଭାପତି ସହିତ କମିଟି ସଭ୍ୟପଦ ପାଇଁ ନିର୍ବାଚନ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୪ ଜାନୁଆରୀରୁ ୨୯ ଜାନୁଆରୀ ଯାଏ ଚାଲିବ। ଏଥିରେ ବ୍ଲକ ସଭାପତି, ଏନଏସି ସଭାପତି ନିର୍ବାଚନ ହେବ।

bjd election 1

ତୃତୀୟ ପର୍ଯ୍ୟାୟ ୩୦ ଜାନୁଆରୀରୁ ଫେବୃୟାରୀ ୧୫ ଯାଏଁ ଚାଲିବ। ଏଥିରେ ଜିଲ୍ଲା ସଭାପତି ପାଇଁ ନିର୍ବାଚନ ହେବ। ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଫେବୃୟାରୀ ୧୬ ତାରିଖରେ ରାଜ୍ୟ ପରିଷଦ ସଭ୍ୟପଦ ପାଇଁ ହେବ। ପଞ୍ଚମ ତଥା ଶେଷ ପର୍ଯ୍ୟାୟ ୨୩ ପେବୃୟାରୀରୁ ଆରମ୍ଭ ହୋଇ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ହେବ। ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.