ମଜା କରୁ କରୁ ଏପ୍ରିଲ ଫୁଲରେ ଗଢା ହୋଇଗଲା ଦେଶ, କେମିତି ଓ କାହିଁକି ଜାଣନ୍ତୁ

ଏପ୍ରିଲ ମାସର ପହିଲାକୁ ପୃଥିବୀ ବାସୀ ‘ଏପ୍ରିଲ ଫୁଲ ଡେ’ ବା ‘ମୁର୍ଖତା ଦିବସ’ ଭାବେ ପାଳନ କରିଥାନ୍ତି । ଲୋକେ ଏହି ଦିନ ନିଜ ଚିଂହା ପରିଚିତ, ସାଙ୍ଗସାଥି ମାନଙ୍କୁ ଥଟା ମଜାରେ ବୋକା ବନେଇଥାନ୍ତି । କିନ୍ତୁ ମଜାକ ମଜାକରେ ଯେ ଗୋଟେ ସ୍ୱତନ୍ତ୍ର ଦେଶ ଗଠନ ହୋଇପାରେ ଏକଥା ଆପଣ ସ୍ୱପ୍ନରେ ସୁଦ୍ଧା କେବେ ଭାବିନଥିବେ । କିନ୍ତୁ ଏମିତି ହିଁ ଘଟଣା ଆଜକୁ ୨୨ ବର୍ଷ ତଳେ ଘଟିଥିଲା ବାଲଟିକ ଦେଶ ଲୁଥିଆନିୟାରେ । ୧୯୯୭ ମସିହାରେ ସ୍ଥାନୀୟ ଲୋକେ ଲିଥୁଆନିଆରୁ ଉଜୁପିସକୁ ଅଲଗା କରି ଏକ ସ୍ୱତନ୍ତ୍ର ଗଣରାଜ୍ୟ ଭାବେ ଘୋଷଣା କରିଥିଲେ । ସେହି ଦିନ ସେଠାକାର କିଛି ବାସିନ୍ଦା ନିଜ ନିଜ ଭିତରେ ନିଷ୍ପତ୍ତି ନେଇଥିଲେ କି ସେମାନେ ରହୁଥିବା କଲୋନୀକୁ ଏକ ଦେଶର ମାନ୍ୟତା ଦେବେ ବୋଲି । ଥଟ୍ଟା ତାମସାରେ ନିଆଯାଇଥିବା ଏହି ନିଷ୍ପତି କିନ୍ତୁ ପରେ ବାସ୍ତବତାର ରୂପ ନେଇଥିଲା ।

ujupis

ଆଉ ଏହାର ନାମ ରଖାଯାଇଥିଲା ଉଜୁପିସ ରିପବ୍ଲିକ । ସେଠିକା ଭାଷାରେ ଏହି ଶବ୍ଦର ଅର୍ଥ ହେଉଛି ନଦୀ ସେପାରି । ସମୁଦାୟ ଏକ ବର୍ଗ କିଲୋମିଟର ହେଉଛି ଏହି ଦେଶର ଏରିଆ । ଏତେ ସ୍ୱଳ୍ପ ସ୍ଥାନରେ ପରିବେଷ୍ଟିତ ହୋଇଥିଲେ ମଧ୍ୟ ଏହାର ନିଜର ଏକ ରାଜଧାନୀ ତଥା ଦେଶର ଶାସନ ଗାଦିରେ ଜଣେ ରାଷ୍ଟ୍ରପତି ମଧ୍ୟ ଅଛନ୍ତି । ଲୋକଙ୍କ ଦ୍ୱାରା ଗଠିତ ହୋଇଥିବା ସରକାର ଦେଶକୁ ଶାସନ କରିଥାନ୍ତି । ଏକ ସମ୍ବିଧାନ ଥିବା ସହ ଏହି ଦେଶ ନିଜର ସ୍ୱତନ୍ତ୍ର ମୁଦ୍ରା ମଧ୍ୟ ପ୍ରଚଳନ କରିଚି । ମାତ୍ର ୩ ଘଣ୍ଟା ସମୟ ଭିତରେ ଲେଖାଯାଇଥିବା ଏହାର ସମ୍ବିଧାନକୁ କେତେଗୁଡିଏ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି । ଆଉ ସବୁଠୁ ଗୁରୁତ୍ୱପୁର୍ଣ କଥା ହେଉଛି ପ୍ରତି କୋଠାର କାନ୍ଥ ବାଡ଼ରେ ଏହାର ସମ୍ବିଧାନ ଲେଖାଯାଇଥାଏ । ପ୍ରତିରକ୍ଷା କ୍ଷେତ୍ରରେ ନିଜକୁ ଦୃଢ ରଖିବା ପାଇଁ ଏହି ଦେଶ ନିଜର ଚାରୋଟି ନୌକା ବିଶିଷ୍ଟ ଏକ ନୌସେନା ମଧ୍ୟ ଗଠନ କରିଛି ।

ujupis

କିଛି ଦିନ ପୂର୍ବରୁ ଏହା ନିକଟରେ ଦଶ ସୈନିକ ବିଶିଷ୍ଟ ଏକ ସେନା ମଧ୍ୟ ଥିଲା । କିନ୍ତୁ ଆବଶ୍ୟକତା ନ ପଡିବାରୁ ପରବର୍ତ୍ତୀ ସମୟରେ ଏହାକୁ ଉଠାଇ ଦିଆଯାଇଥିଲା । ଏହି ଦେଶ ଏପ୍ରିଲ ମାସ ୧ ତାରିଖକୁ ନିଜର ସ୍ୱାଧୀନତା ଦିବସ ଭାବେ ପାଳନ କରିଥାଏ । ନିଜର ଏକ ସ୍ୱତନ୍ତ୍ର ପତାକା ପ୍ରଚଳନ କରିଥିବା ବେଳେ ପତାକାରେ ଏକ ହାତ ଚି଼ହ୍ନ ରହିଛି । ଯାହାର ପାପୁଲିରେ ଏକ ବିରାଟ ଗୋଲାକାର ଚି଼ହ୍ନ ରହିଛି । ଏଠି ବସବାସ କରୁଥିବା ଲୋକଙ୍କ କହିବା ଅନୁଯାୟୀ ଏକ ଭିନ୍ନ ଆନନ୍ଦ ଅନୁଭବ ହୋଇଥାଏ । ଏଠାକାର ଏକ ରାସ୍ତାକୁ ‘ଷ୍ଟ୍ରିଟ ଅଫ ଡେଥ’ ନାମରେ ନାମିତ କରାଯାଇଛି । ଥଟ୍ଟା ତମାସାରେ ଅଚାନକ ଭାବେ ଗଠିତ ହୋଇଥିଲେ ମଧ୍ୟ ଏହି ଦେଶର ଇତିହାସ ଖୁବ ସୁନ୍ଦର ଓ ଅନନ୍ୟ ଅଟେ ।

ujupis

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.