ଉତ୍ତର ଭାରତରେ ଭୂକମ୍ପର ଝଟକା, ଦୋହଲି ଗଲା ଦିଲ୍ଲୀ ଏନସିଆର୍‌ ସମେତ ଅନେକ ଅଞ୍ଚଳ

କେନ୍ୟୁଜ୍(ବ୍ୟୁରୋ): ଉତ୍ତର ଭାରତରେ ଭୂକମ୍ପ। ଦୋହଲି ଗଲା ଦିଲ୍ଲୀ ଏନସିଆର୍‌ ସମେତ ଜମ୍ମୁ କଶ୍ମୀର, ପଞ୍ଜାବ, ହରିଆଣା, ଚଣ୍ଡୀଗଡ଼, ଶ୍ରୀନଗର, ଫରିଦାବାଦ, ଗୁଗୁଗ୍ରାମ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୬ ଦଶମିକ ୩ । ଆଫଗାନିସ୍ତାନ ହିନ୍ଦୁକୁଶ ପର୍ବତମାଳାର ୨୪୬ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଥିଲା ଏହାର କେନ୍ଦ୍ର ସ୍ଥଳ । ସନ୍ଧ୍ୟା ୫ଟା ବେଳେ ହଠାତ୍‌ ଭୂକମ୍ପ ସୃଷ୍ଟି ହୋଇଥିଲା। ଦିଲ୍ଲୀ ସମେତ ହିମାଚଳ ପ୍ରଦେଶ ଚମ୍ବା ଓ ଡଲହୋଜିରେ ବି ଲୋକ କମ୍ପନ ଅନୁଭବ କରିଥିଲେ। ସେହିପରି ଉତ୍ତରପ୍ରଦେଶର ନୋଏଡା, ଗାଜିଆବାଦ, ମଥୁରା, ମିରଟ ବି ଅନୁଭୂତ ହୋଇଥିଲା ଝଟ୍‌କା । ଏତେ ଜୋରରେ କମ୍ପନ ହୋଇଥିଲା ଯେ ଘର ଭିତରେ ଲାଗିଥିଲା ଫ୍ୟାନ, ଝୁମର୍‌ ଓ ଅନ୍ୟାନ୍ୟା ସାମଗ୍ରୀ ଦୋହଲି ଯାଇଥିଲା। ଭୟରେ ଲୋକ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ଉତ୍ତର ଭାରତ ସମେତ ଆଫଗାନିସ୍ତାନ ଓ ପାକିସ୍ତାନରେ ଭୂକମ୍ପ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.